ଡୋନାଲ୍ଡ ଟ୍ରମ୍ପଙ୍କ ଧମାକାଦାର ବିଜୟ, ନିଜ ଜନ୍ମମାଟିରେ ନିକ୍କି ହେଲି ପରାସ୍ତ

ଓ୍ବାସିଂଟନ: ପୁଣି ଆମେରିକା ରାଷ୍ଟ୍ରପତି ଚୌକିକୁ ଫେରିବେ କି ଡୋନାଲ୍ଡ ଟ୍ରମ୍ପ ? ଅପରାଧୀକ ମାମଲାରେଜ ଡିତ ହୋଇ ମଧ୍ୟ ବଢ଼ିବାରେ ଲାଗିଛି ଟ୍ରମ୍ପଙ୍କ ଲୋକପ୍ରିୟତା । ଗୋଟିଏ ପରେ ଗୋଟିଏ ନିର୍ବାଚନ ଜିତି ରାଷ୍ଟ୍ରପତି ଆସନ ଆଡକୁ ଅଗ୍ରସର ହେଉଛନ୍ତି ଟ୍ରମ୍ପ । ସାଉଥ କାରୋଲିନାରେ ସଦ୍ୟ ସମସ୍ତ ରିପବ୍ଲିକାନ ପ୍ରାଇମ ନିର୍ବାଚନରେ ନିକ୍କି ହେଲିଙ୍କୁ ପରାସ୍ତ କରିଛନ୍ତି ଟ୍ରମ୍ପ । କେତେ ଭୋଟ ବ୍ୟବଧାନରେ ଟ୍ରମ୍ପ ବିଜୟ ହୋଇଛନ୍ତି ତାହା ସ୍ପଷ୍ଟ ହୋଇ ନଥିଲେ ବି ନିକ୍କିଙ୍କୁ ତାଙ୍କ ଜନ୍ମମାଟିରେ ପରାସ୍ତ କରି ଟ୍ରମ୍ପ ରିପବ୍ଲିକାନ ପାର୍ଟିର ଜଣେ ଦୃଢ଼ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି ।

ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଟ୍ରଙ୍କୁ ଲୋକେ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ନିର୍ବାଚନ ପରେ ଆସିଥିବା ସର୍ଭେ ରିପୋର୍ଟ ଅନୁସାରେ ତାଙ୍କ ବିଜୟ ନିଶ୍ଚିତ କୁହାଯାଉଛି । ସାଉଥ କାରୋଲିନାର ମୂଳ ବାସିନ୍ଦା ନିକ୍କି ଦୁଇ ଦୁଇ ଥର ଗଭର୍ଣ୍ଣର ରହି ସାରିଥିଲେ ବି ଟ୍ରମ୍ପଙ୍କ ଆଗରେ ପରାସ୍ତା ହୋଇଛନ୍ତି । ସୂଚନାଯୋଗ୍ୟ ରିପବ୍ଲିକାନ ପାର୍ଟିରେ ନିକ୍କି ଏକମାତ୍ର ପ୍ରାର୍ଥୀ ଯିଏ ଟ୍ରମ୍ପଙ୍କ ପାଇଁ ପ୍ରତିବନ୍ଧକ ଥିଲେ । ଏହି ପରାଜୟ ପରେ ସେ ରାଷ୍ଟ୍ରପତି ପଦ ଦୌଡ଼ରୁ ବାହାର ହେବା ସମ୍ଭାବନା ବଢ଼ି ଯାଇଛି ।