ଯିଏ ଯାହା କହୁଛି କହୁ ମୁଁ କିନ୍ତୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଖାଇବି: ଟ୍ରମ୍ପ

1 min read

ନୂଆଦିଲ୍ଲୀ: ମ୍ୟାଲେରିଆର ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ କରୋନା ଭାଇରସର ଚିକିତ୍ସାର ମ୍ୟାଜିକ୍ ପିଲ୍ ନୁହେଁ  ।ଏମିତି ଦାବି ବିଶ୍ୱର ଅନେକ ବିଜ୍ଞାନୀ ଦାବି କରୁଛନ୍ତି ।  । କିନ୍ତୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ  କୌଣସି ଫରକ ପଡ଼ୁନାହିଁ । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଗତ ୧୦ଦିନରୁ ହାଇଡ୍ରୋକ୍ଲୋରୋକ୍ୱିନ ଟ୍ୟାବଲେଟର ବ୍ୟବହାର କରୁଛନ୍ତି । ଯଦିଓ ଆମେରିକାର ଖାଦ୍ୟ ଏବଂ ପ୍ରଶାସନ FDA ଏହି ଔଷଧକୁ ସୁରକ୍ଷିତ କହି ନାହାଁନ୍ତି । ଟ୍ରମ୍ପ କହିଛନ୍ତି ଯେ, ତାଙ୍କୁ ଏହି ଔକ୍ଷଧ ପାଇଁ ହ୍ୱାଇଟ ହାଉସର ଡାକ୍ତର ସାନ କୋନ୍ଲି ପରାମର୍ଶ ଦେଇଛନ୍ତି । ପ୍ରଥମେ ତ ଡାକ୍ତର ଟ୍ରମ୍ପ କରୋନା ସଂକ୍ରମିତ ନଥିବାରୁ ଏହି ଔଷଧ ନେବାକୁ ଅମଙ୍ଗ ହେଉଥିଲେ । କିନ୍ତୁ ଟ୍ରମ୍ପ ଏହାକୁ ନେଇ ଆଉ ଥରେ ପଚାରିବାରୁ ଡାକ୍ତର କହିଲେ ଯେ, ଯଦି ଆପଣ ଚାହୁଁଛନ୍ତି ତେବେ ଆପଣ ଏହି ଔଷଧ ଖାଇପାରିବେ । ସେତେବେଳେ ଟ୍ରମ୍ପ କହିଥିଲେ ହଁ ମୁଁ ଏହି ଔଷଧ ନେବାକୁ ଚାହୁଁଛି ।

ଟ୍ରମ୍ପ ଏହି ଔଷଧକୁ ନେଇ ବଡ଼ ଦାବି କରିଥିଲେ । ଏବଂ ଭାରତକୁ ହାଇଡ୍ରୋକ୍ସିକ୍ଲୋରକ୍ୱିନର ଅଧିକ ପରିମାଣରେ ଅର୍ଡର ମଧ୍ୟ ଦେଇଥିଲେ । ଭାରତ ହାଇଡ୍ରୋକ୍ସିକ୍ଲୋରକ୍ୱିନ ଔଷଧର ସବୁଠୁ ବଡ଼ ଉତ୍ପାଦକ ଦେଶ । ତେବେ ଟ୍ରମ୍ପ ଏହା ମଧ୍ୟ କହିଲେ ଯେ, ତାଙ୍କକ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ଏବଂ ତାଙ୍କ ଠାରେ କରୋନାର କୌଣସି ବି ଲକ୍ଷଣ ନାହିଁ । ଏବଂ ସେ ଏହା ମଧ୍ୟ କହିଛନ୍ତି ଯେ ସେ ୧୦ଦିନ ହେବ ଏହି ଔଷଧ ଖାଉଛନ୍ତି । ଏହି ଔଷଧ ଜିଙ୍କରୁ ତିଆରି, ଏବଂ ମୋତେ ଲାଗୁଛି ଏହା ଦେହ ପାଇଁ ଭଲ । ମୁଁ ଏହା ବିଷୟରେ ସବୁ ସକରାତ୍ମକ ଶୁଣିଛି । ଟ୍ରମ୍ପ ଏହି ଔଷଧର ପ୍ରଚାର ପ୍ରସାରରେ ଲାଗିଛନ୍ତି ଯେବେକି ତାଙ୍କ ସରକାରର ସଂସ୍ଥା ଗୁଡ଼ିକ ଏହାର ବ୍ୟବହାର ଉପରେ ଚେତାବନୀ ଦେଇଥିଲେ ।

ଟ୍ରମ୍ପ କହିଛନ୍ତି ଯେ ଆମର କରୋନା ଯୋଦ୍ଧାମାନେ ମଧ୍ୟ ଏହି ଔକ୍ଷଧ ଖାଉଛନ୍ତି, ତ ମୁଁ କାହିଁକି ନ ଖାଇବି । ମୁଁ ହାଇଡ୍ରୋକ୍ସିକ୍ଲୋରକ୍ୱିନ ନେଉଛି । ଟ୍ରମ୍ପଙ୍କ ଏହି ବୟାନ ଏମିତି ସମୟରେ ଆସିଛି  ଯେତେବେଭେଲ ଆମେରିକାରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୯୦ହଜାର ପାର ହୋଇଛି । ଏବଂ ଏପର୍ଯ୍ୟନ୍ତ ୧୫ଲକ୍ଷ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି ।

ସେଣ୍ଟ ଜୋସେଫ ୟୁନିଭର୍ସିଟି ହସପିଟାଲ ଡାକ୍ତର ବାଁବ ଲାହିତା କହିଛନ୍ତି ଯେ, ଆମେ ପ୍ରଥମରୁ ଲୋକଙ୍କଉ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଖାଇବାକୁ ମାନାକରିଥିଲୁ । ଏହି ଔଷଧ ଡାକ୍ତରଙ୍କୁ ବିନା ପରାମର୍ଶରେ ଖାଇବା କଥା ନୁହେଁ । ଏହି ଔଷଧ କରୋନା ସଂକ୍ରମିତଙ୍କ ଉପରେ କୌଣସି ପ୍ରଭାବ ପକାଉ ନାହିଁ । ଏହା ସହ ଆମେକରିକାର ଏକ ଖବର କାଗଜରେ ଏହି ଘଟଣା ଉପରେ ବିଶେଷ ଟିପ୍ପଣୀ ଦିଆଯାଇ କୁହାଯାଇଛି ଯେ ଡୋନାଲ୍ଡ ଟ୍ରମ୍ପ କଣପାଇଁ ଏହି ମ୍ୟାଲେରିଆର ଔଷଧ ପଛରେ ପଡ଼ିଛନ୍ତି । ଏକ ମିଡ଼ିଆ ସଂସ୍ଥା କହିଛି ଯେ ଡୋନାଲ୍ଡ ଟ୍ରମ୍ପଙ୍କର ଏହାକୁ ନେଇ ବ୍ୟକ୍ତିଗତ ଲାଭ ରହିଛି ।

ନ୍ୟୁୟର୍କ ଟାଇମ୍ସ ଅନୁସାରେ ଯଦି ହାଇଡ୍ରୋକ୍ସିକ୍ଲୋରକ୍ୱିନକୁ ଦୁନିଆରେ କରୋନାର ଚିକିତ୍ସା ପାଇଁ ଅନୁମତି ମିଳୁଛି ତେବେ ଏହି ଔଷଧ ତିଆରି କରୁଥିବା କମ୍ପାନୀକୁ ଅଧିକ ଫାଇଦା ମିଳିବ । ଏହି ଭଳି ଏକ କମ୍ପାନୀରେ ଡୋନାଲ୍ଡ ଟ୍ରମ୍ପଙ୍କର ଶେୟାର ରହିଛି । ଏହାସହ ସେହି କମ୍ପାନୀର ଅଧିକାରୀଙ୍କ ସହ ଟ୍ରମ୍ପଙ୍କ ଗଭୀର ସମ୍ପର୍କ ରହିଛି ।

ୱେବସାଇଡରେ ଲେଖାଯାଇଛି ଯେ,ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ରାନ୍ସର କମ୍ପାନୀ ସୈନୋଫୀକୁ ନେଇ ବ୍ୟକ୍ତିଗତ ଫାଇଦା ରହିଛି । କମ୍ପାନୀରେ ଟ୍ରମ୍ପଙ୍କ ଶେୟାର ମଧ୍ୟ ଅଛି ।ଏହି କମ୍ପାନୀ ହାଇଡ୍ରୋକ୍ସିକ୍ଲୋରେକ୍ୱିନ ଔଷଧକୁ ପ୍ଲାକେନିଲ ବ୍ରାଣ୍ଡର ନାଁରେ ବଜାରରେ ବିକ୍ରି କରୁଛି ।

Leave a Reply