ହୋଟେଲରେ ଟ୍ରମ୍ପଙ୍କ ଗୋଟିଏ ରାତ୍ରୀ ରହଣି ଖର୍ଚ୍ଚ ୮ ଲକ୍ଷ ଟଙ୍କା

1 min read

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନେତା ତଥା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଅଛନ୍ତି । ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଟ୍ରମ୍ପ ଆଜି ରାତି ଦିଲ୍ଲୀରେ ବିତାଇବେ । ଏହା ପୂର୍ବରୁ ସେ ଗୁଜରାଟର ଅହମ୍ମଦାବାଦ ଓ ୟୁପିର ଆଗ୍ରା ଯାଇଥିଲେ । ଟ୍ରମ୍ପଙ୍କ ସହିତ ତାଙ୍କ ପତ୍ନୀ ମେଲେନିଆ ଟ୍ରମ୍ପ ଓ ଝିଅ ଇଭାଙ୍କା ଟ୍ରମ୍ପ ମଧ୍ୟ ଭାରତ ଆସିଛନ୍ତି ।ଦୁନିଆର ଏହି ବଳଶାଳୀ ନେତା ରାଜଧାନୀ ଦିଲ୍ଲୀର ଏକ ବିଳାସମୟ ହୋଟେଲରେ ରାତ୍ରୀଯାପନ କରିବେ । ଦିଲ୍ଲୀ ଚାଣକ୍ୟପୁରୀ ସ୍ଥିତ ଆଇଟିସି ମୌର୍ଯ୍ୟ ହୋଟେଲରେ ରହିବେ ଟ୍ରମ୍ପ ଦମ୍ପତି । ଏଥିପାଇଁ ହୋଟେଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହୋଟେଲର ଗ୍ରାଣ୍ଡ ପ୍ରେସିଡେନ୍ସିଆଲ୍ ସୁଟ୍ (ଚାଣକ୍ୟା ସୁଟ୍)ରେ ଡୋନାଲ୍ଡ ଟ୍ରମ୍ପ ଓ ମେଲେନିଆ ଟ୍ରମ୍ପ ରହିବେ ।ହୋଟେଲରେ ଏହି ସୁଟରେ ରହିବାରେ ଆମେରିକାର ଚତୁର୍ଥ ରାଷ୍ଟ୍ରପତି ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହା ପୂର୍ବରୁ କ୍ଲିଣ୍ଟନ, ଜାଜ୍ ଡବ୍ଲ୍ୟୁ ବୁଶ୍ ଓ ବାରାକ ଓବାମା ରହିସାରିଛନ୍ତି । ଆଇଟିସି ମୌର୍ଯ୍ୟ ହୋଟେଲର ୧୪ତମ ମହଲାରେ ଏହି ଚାଣକ୍ୟା ସୁଟ୍ ଅଛି ।ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଓ ଜ୍ୱାଇଁ ମଧ୍ୟ ଏହି ହୋଟେଲରେ ରାତ୍ରୀଯାପନ କରିବେ । ଏହି ହୋଟେଲରେ ସମସ୍ତ ଲକଜୁରୀ ସୁବିଧା ସହିତ ଇନଡୋର ଏୟାର କ୍ୱାଲିଟି ମଧ୍ୟ ବହୁତ ଭଲ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏ ହେଉଛି ଭାରତର ଏକମାତ୍ର ହୋଟେଲ । ଯେଉଁଠି ଇନଡୋର ଏୟାର କ୍ୱାଲିଟି WHO ଷ୍ଟାଣ୍ଡାର୍ଡର ଅଟେ ।ଟ୍ରମ୍ପଙ୍କ ହୋଟେଲର ବୁଖାରା ରେଷ୍ଟୁରାଣ୍ଟରୁ ଖାଦ୍ୟ ଖାଇପାରନ୍ତି । ଏହା ପୂର୍ବରୁ କ୍ଲିଣ୍ଟନ ଓ ଓବାମା ଏହି ରେଷ୍ଟୁରାଣ୍ଟରୁ ଖାଦ୍ୟ ଖାଇଥିଲେ । ଟମ୍ପଙ୍କୁ ମନ ମୁତାବକ ଖାଦ୍ୟ ପାଇଁ ସ୍ୱତନ୍ତ୍ର ସେଫଙ୍କୁ ନିଯୁକ୍ତ କରାଯାଇଛି । ଏହି ହୋଟେଲର ଗ୍ରାଣ୍ଡ ପ୍ରେସିଡେନ୍ସିଆଲ୍ ସୁଟ୍ ବିଶେଷ ରଙ୍ଗରେ ସୁସଜ୍ଜିତ ହୋଇଛି । ସୁଟରେ ରିସେପସନ୍ ଏରିଆ, ଲିଭିଙ୍ଗ୍ ରୁମ୍, ଷ୍ଟଡି, ପ୍ରାଇଭେଟ୍ ଡାଇନିଂ ରୁମ୍, ମିନି ସ୍ପା ଓ ଜିମ୍ ସୁବିଧା ରହିଛି ।ଆଇଟିସି ମୌର୍ଯ୍ୟ ହୋଟେଲର ଗ୍ରାଣ୍ଡ ପ୍ରେସିଡେନ୍ସିଆଲ୍ ସୁଟ୍ ୪୬୦୦ ସ୍କୋୟାର ଫୁଟ୍ ପରିବ୍ୟାପ୍ତ । ଏଠାରେ ଗୋଟିଏ ରାତି ରହିବା ପାଇଁ ପ୍ରାୟ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ । ଏହି ହୋଟେଲରେ ଦୁନିଆର ଅନ୍ୟ ହୋଟେଲରେ ମିଳୁଥିବା ଲକଜୁରୀ ସୁବିଧା ଉପଲବ୍ଧ ।

ସାବରମତି ଆଶ୍ରମରେ ପହଞ୍ଚି ଗାନ୍ଧିଜୀଙ୍କ ବିଷୟରେ ଅଧିକ ଜାଣିବାର ସୁଯୋଗ ପାଇଲେ ଡୋନାଲ୍ଡ ଟ୍ରମ୍ପ୍‌

 

Leave a Reply