US Election 2020: ଟ୍ରମ୍ପଙ୍କୁ ଜ୍ୱାଇଁ କହିଲେ ‘ବାପା ହାର୍ ମାନି ନିଅନ୍ତୁ’
1 min readୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିବା ଲାଗି ବିଫଳ ପ୍ରୟାସ କରୁଥିବା ଡୋନାଲ୍ଡ ଟ୍ରମ୍ପ ଏକା ନୁହଁନ୍ତି । ଟ୍ରମ୍ପଙ୍କ ପୂର୍ବରୁ ଏଭଳି ଆହୁରି ୧୦ ଜଣ ଅଛନ୍ତି । ସେମାନଙ୍କ ସହ ବି ଏମିତି ହୋଇଛି । ଏବେ ଟ୍ରମ୍ପଙ୍କ ନାମ ଆମେରିକାର ସେହି ୧୧ ରାଷ୍ଟ୍ରପତିଙ୍କ ତାଲିକାରେ ସାମିଲ୍ ହୋଇଛି । ଟ୍ରମ୍ପ ରାଷ୍ଟ୍ରପତି ପଦରେ ରହିବା ଲାଗି ଲଗାତାର ଦ୍ୱିତୀୟ ଥର ବିଜୟୀ ହେବା ପାଇଁ ବିଫଳ ପ୍ରୟାସ କରିଛନ୍ତି ।
ରିଚର୍ଡ ନିକ୍ସନଙ୍କ ଇସ୍ତଫା ପରେ ଆମେରିକା ରାଷ୍ଟ୍ରପତି ହୋଇଥିବା ଗେରାଲ୍ଡ ଫୋର୍ଡ ୧୯୭୬ରେ ଦ୍ୱିତୀୟଥର ରାଷ୍ଟ୍ରପତି ହେବା ପାଇଁ ପ୍ରୟାସ କରି ବିଫଳ ହୋଇଥିଲେ । ଟ୍ରମ୍ପଙ୍କ ପୂର୍ବରୁ ଆଉ ଥରେ ନିର୍ବାଚନରେ ହାରିଥିବା ରାଷ୍ଟ୍ରପତି ହେଉଛନ୍ତି ଡବ୍ଲ୍ୟୁ ବୁଶ (୧୯୯୨) । ଗ୍ରୋୱର କ୍ଲିୱଲ୍ୟାଣ୍ଡ ୧୮୮୮ରେ ପୁଣି ରାଷ୍ଟ୍ରପତି ହେବା ଅଭିଯାନରେ ହାରି ଯାଇଥିଲେ । କିନ୍ତୁ, ସେ ୪ ବର୍ଷ ପରେ ତତ୍କାଳୀନ ରାଷ୍ଟ୍ରପତି ବେଞ୍ଜାମିନ୍ ହ୍ୟାରିସନଙ୍କୁ ହରାଇ ପୁଣି ରାଷ୍ଟ୍ରପତି ହୋଇଥିଲେ । ଆମେରିକା ଇତିହାସରେ ବେଞ୍ଜାମିନ୍ ଏକମାତ୍ର ରାଷ୍ଟ୍ରପତି ଯିଏ ଦୁଇଥର ରାଷ୍ଟ୍ରପତି ହୋଇଥିବା କାର୍ଯ୍ୟକାଳ ଲଗାତାର ଦୁଇଥର ନଥିଲା ।
ନଭେମ୍ବର ୩ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇଥିଲେ । ନିର୍ବାଚନରେ ପରାଜୟ ସ୍ୱୀକାର କରିବା ନେଇ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି ତାଙ୍କ ଜ୍ୱାଇ ଜେରେଡ କୁଶନର । ରାଷ୍ଟ୍ରପତି ଟ୍ରମ୍ପଙ୍କ ଜ୍ୱାଇଁ ତଥା ବରିଷ୍ଠ ପରାମର୍ଶଦାତା ଜେରେଡ କୁଶନର ନିର୍ବାଚନରେ ଡେମେକ୍ରାଟିକ ପାର୍ଟିର ନେତା ଜୋ ବାଇଡେନଙ୍କ ସହ ଲଢ଼େଇ କରି ହାରିବାକୁ ସ୍ୱୀକାର କରିବା ପାଇଁ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି । ଟ୍ରମ୍ପ କହିଛନ୍ତି- ବାଇଡେନ ତରବରିଆ ଭାବେ ଭୁଲ୍ ତରିକାରେ ନିଜକୁ ବିଜୟୀ କହୁଛନ୍ତି । ଏବେବି ନିର୍ବାଚନ ଦୌଡ଼ ସରିନାହିଁ । ଟ୍ରମ୍ପଙ୍କ ଏହି ମନ୍ତବ୍ୟ ପରେ କୁଶନଗର ତାଙ୍କ ସହ କଥା ହୋଇଛନ୍ତି ।
କୁଶନଗର ପରାଜୟ ସ୍ୱୀକାର କରିବା ସହ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି । ଅନ୍ୟମାନେ ବି ଟ୍ରମ୍ପଙ୍କୁ ନିର୍ବାଚନ ଫଳାଫଳକୁ ମାନିନେବା ପାଇଁ ଅନୁରୋଧ କରିଛନ୍ତି । ଯେତେବେଳେ କି ଟ୍ରମ୍ପ ଏକ ବୟାନରେ କହିଥିଲେ- ଯେବେ ଯାଏଁ ଆମେରିକାବାସୀଙ୍କ ଭୋଟ୍ ସଚ୍ଚୋଟତାର ସହ ଗଣନା ହେବେନାହିଁ । ସେବେ ଯାଏଁ ସେ ହାରକୁ ବରଣ କରିବେ ନାହିଁ । ସେ ତାର ଯୋଗ୍ୟ ଓ ଏହା ଗଣତନ୍ତ୍ରର ଦାବି । ସୋମବାର ଆଇନଗତ ଲଢ଼େଇ ଆରମ୍ଭ କରିବେ ବୋଲି ଟ୍ରମ୍ପ କହିଥିଲେ ।