spot_img

Latest Posts

ଚୀନଠାରୁ ଅଧିକ ପରିମାଣର କ୍ଷତିପୂରଣ ମାଗିବା ପାଇଁ ପ୍ରସ୍ତୁତ ହେଉଛି ଆମେରିକା !

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କହିଛନ୍ତି ଯେ, ଆମେରିକା କୋଭିଡ-୧୯କୁ ନେଇ ଚୀନ ବିରୁଧରେ ବହୁତ ଗମ୍ଭୀର ତଦନ୍ତ କରୁଛନ୍ତି । ସେ ଦର୍ଶାଇଛନ୍ତି ଯେ, ତାଙ୍କ ପ୍ରସାଶନ, ବେଜିଂଠାରୁ ୧୨.୪୧ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତିପୂରଣ ଦାବି କରିବ ଯାହା ଜର୍ମାନୀ ଦ୍ୱାରା କରୋନା ଭାଇରସ ମହାମାରୀ କାରଣରୁ ଦାବି କରାଯାଇଥିବା ରାଶିର ପରିମାଣଠାରୁ ବହୁତ ଅଧିକ ହେବ ।

ଆମେରିକା, ବ୍ରିଟେନ ଏବଂ ଜର୍ମାନୀର ନେତାମାନେ ବିଶ୍ୱାସ କରନ୍ତି ଯେ ଯଦି ଚୀନ୍ ଏହି ଭାଇରସର ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଭୟାବହତା ବିଷୟରେ ଅନ୍ୟଦେଶମାନଙ୍କୁ ଅବଗତ କରାଇଥାନ୍ତା ତେବେ ଏତେ ସଂଖ୍ୟକ ଲୋକଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ଏବଂ ବିଶ୍ୱ ଅର୍ଥନୀତିର ବିନାଶକୁ ଏଡାଇ ଦିଆଯାଇଥାନ୍ତା । ବର୍ତ୍ତମାନ ଅନେକ ଦେଶ ଚୀନ୍ ଠାରୁ କ୍ଷତିପୂରଣ ଦାବି କରିବା ଆରମ୍ଭ କରିଛନ୍ତି ।

ଟ୍ରମ୍ପ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଜର୍ମାନୀର କ୍ଷତିପୂରଣ ଦାବି ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ଆମେ ଏହାଠାରୁ ସହଜ ଜିନିଷ କରିପାରିବୁ । ଆମ ପାଖରେ କ୍ଷତିପୂରଣ ଦାବିଠାରୁ ମଧ୍ୟ ବହୁତ ଭଲ ଉପାୟ ଅଛି। ‘

ଟ୍ରମ୍ପଙ୍କୁ ପଚରାଯାଇଥିଲା କି ଆମେରିକା ଜର୍ମାନୀ ଭଳି କ୍ଷତିପୂରଣ ମାଗିବା ଭଳି ପଦକ୍ଷେପ ନେଇପାରିବ କି ? ଏହା ଉପରେ ଆମେରିକାର ରାଷ୍ଟ୍ରପତି କହିଛନ୍ତି, ‘ଜର୍ମାନୀ ମଧ୍ୟ କିଛି ବିଷୟରେ ବିଚାର କରୁଛି ଏବଂ ଆମେ ମଧ୍ୟ କିଛି ଦେଖୁଛୁ ଏବଂ ଜର୍ମାନୀ ଯେଉଁ କ୍ଷତିପୂରଣ ବିଷୟରେ କହୁଛନ୍ତି ତାହାଠାରୁ ବହୁତ ଅଧିକ ପରିମାଣ ଟଙ୍କା କଥା ଆମେ କହୁଛୁ । ଆମେ ଏପର୍ଯ୍ୟନ୍ତ କ୍ଷତିପୂରଣର ପରିମାଣ ସ୍ଥିର କରିନାହୁଁ, କିନ୍ତୁ ଏହା ଅଧିକ ପରିମାଣର ହେବାକୁ ଯାଉଛି। ‘ ଆମେରିକା ପରେ ୟୁରୋପ ଏହି ଭାଇରସ୍ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି । ଏହାସହ ଭାରତରେ କଡା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ମୃତ୍ୟୁ ସଂଖ୍ୟା ୯୩୪ ରହିଛି ଏବଂ ୨୯,୦୦୦ରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି ।

ଟ୍ରମ୍ପ କହିଛନ୍ତି ଯେ ଏହି ଭାଇରସ୍ କେବଳ ଆମେରିକାରେ ନୁହେଁ ସାରା ବିଶ୍ୱରେ ବ୍ୟାପକ କ୍ଷତି କରିଛି । ସେ ଭାଇରସ୍ ବିସ୍ତାର ପାଇଁ ଚୀନାକୁ ଦାୟୀ କରିବାର ଅନେକ ପ୍ରମାଣ ଅଛି । ସେ କହିଛନ୍ତି ଯେ, ଆମେରିକା ଏହି ଘଟଣାର ଗମ୍ଭୀରତାର ସହ ଅନୁସନ୍ଧାନ କରୁଛି । ନିକଟରେ, ଚୀନକୁ ଭାଇରସ୍ ବିସ୍ତାର ପାଇଁ ପ୍ରାୟ ସବୁ ଦେଶ ଦାୟୀ କରିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ଗତ ବର୍ଷ ନଭେମ୍ବରରେ ଚୀନ୍‌ର ଉହାନରେ ପ୍ରଥମେ କରୋନାଭାଇରସର ମାମଲା ସାମ୍ନାକୁ ଆସିଥିଲା । ଏହାପରେ କରୋନା ବ୍ୟାପିବାରେ ଲାଗିଲା । ଏବଂ ଏବେ ଏହା ସାରା ବିଶ୍ୱରେ ଦୁଇ ଲକ୍ଷରୁ ଅଧିକ ଲୋକ ପ୍ରାଣ ନେଇଥିବା ବେଳେ ୩ ମିଲିୟନରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଆମେରିକାରେ ଏହି ଭାଇରସ୍ ସର୍ବାଧିକ ୫୬ ହଜାରରୁ ଅଧିକ ଲୋକଙ୍କ ପ୍ରାଣ ନେଲାଣି ଏବଂ ୧୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି  ।

Latest Posts

Don't Miss