ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହସ୍ପିଟାଲରୁ ହ୍ୱାଇଟହାଉସକୁ ଫେରିଛନ୍ତି। ମଙ୍ଗଳବାର ଦିନ ଡୋନାଲ୍ଡ ଟ୍ରମ୍ପ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ହ୍ୱାଇଟ ହାଉସକୁ ଫେରିଛନ୍ତି । ଯଦିଓ, ସେ ଏବେ ସୁଦ୍ଧା କରୋନା ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି ଏବଂ ଏବେବି କରୋନାରେ ପୀଡ଼ିତ ଅଛନ୍ତି । କିନ୍ତୁ ହସ୍ପିଟାଲରୁ ଡିସଚାର୍ଜ ନେଇ ହ୍ୱାଇଟ ହାଉସରେ ପହଞ୍ଚି ସେ ପ୍ରଥମେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି ।
ଏହି ସମୟ ମଧ୍ୟରେ, ଏପରି କିଛି ହୋଇଥିଲା ଯାହାକୁ ନେଇ ବିବାଦ ଦେଖାଦେଇଛି । ଡୋନାଲ୍ଡ ଟ୍ରମ୍ପ ଡିସଚାର୍ଜ ନେଇ ହେଲିକପ୍ଟରରୁ ଓହ୍ଲାଇବା ମାତ୍ରେ ହ୍ୱାଇଟ ହାଉସରେ ପହଞ୍ଚିବା ପରେ ଛାତକୁ ପଳାଇଥିଲେ ଯେଉଁଠାରୁ ସେ ଗଣମାଧ୍ୟମକୁ ଠିକରେ ଦେଖିପାରିବେ । ତେବେ ସେଠାରେ ଟ୍ରମ୍ପ ତୁରନ୍ତ ନିଜର ମାସ୍କ କାଢି ସମସ୍ତଙ୍କ ପାଇଁ ପୋଜ୍ ଦେବା ଆରମ୍ଭ କରିଥିଲେ । ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି, କାରଣ ଡୋନାଲ୍ଡ ଟ୍ରମ୍ପ ଏବେ ମଧ୍ୟ କରୋନାରେ ପୀଡ଼ିତ ଏଭଳି ପରିସ୍ଥିତିରେ ଏପରି ଅସାବଧାନତା ଅବଲମ୍ବନ କିରବାକୁ ନେଇ ପ୍ରଶ୍ନ ଉଠିଛି ।
— Donald J. Trump (@realDonaldTrump) October 5, 2020
ଆପଣଙ୍କୁ କହି ରଖୁଛୁ ଯେ, କିଛିଦିନ ତଳେ ହିଁ ଡୋନାଲ୍ଡ ଟ୍ରମ୍ପ କରୋନାରେ ସଂକ୍ରମିତ ହୋଇଥିଲେ । ଏହାପରେ ଜ୍ୱର ବୃଦ୍ଧି ହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ସୋମବାର ହସ୍ପିଟାଲର ଡାକ୍ତର କହିଥିଲେ ଯେ, ଡୋନାଲ୍ଡ ଟ୍ରମ୍ପ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି କିନ୍ତୁ ହସ୍ପିଟାଲରୁ ଡିସଚାର୍ଜ ନେଇପାରିବେ । ଏଭଳି ପରିସ୍ଥିତିରେ ତାଙ୍କୁ ହ୍ୱାଇଟ ହାଉସରେ ଆଇସୋଲେସନରେ ରହିବାକୁ ପଡ଼ିବ ।
ତେବେ ଡୋନାଲ୍ଡ ଟ୍ରମ୍ପ ଫେରିବା ପରେ ହ୍ୱାଇଟ ହାଉସରୁ ଏକ ଭିଡିଓ ଟ୍ୱିଟ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ଫିଟ୍ ଏବଂ ୨୦ ବର୍ଷ ପୂର୍ବରୁ ସେ ଯେମିତି ଥିଲେ ତାଠାରୁ ବି ସେ ବେଶୀ ଫିଟ୍ ଅନୁଭବ କରୁଛନ୍ତି । ଏହାସହ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ‘କରୋନାଙ୍କୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ, ମୁଁ ବର୍ତ୍ତମାନ ଏହା ବିଷୟରେ ବହୁତ କିଛି ଶିଖିଛି ।’
ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ ସେ ଶୀଘ୍ର ସୁସ୍ଥ ହୋଇ ନିର୍ବାଚନ ପାଇଁ କ୍ୟାମ୍ପେନ କରିବେ । ତେବେ ଏଥିପାଇଁ ସେ ଡାକ୍ତର ଏବଂ ଆମେରିକୀୟ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟତୀତ ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ ମଧ୍ୟ କରୋନା ପାଇଛନ୍ତି, ଯଦିଓ ସେ ନିଜେ ହ୍ୱାଇଟ ହାଉସରେ ଆଇସୋଲେସନରେ ଅଛନ୍ତି ।

