spot_img

Latest Posts

କରୋନାଠୁ ସୁସ୍ଥ ହେବା ପରେ ସମସ୍ତଙ୍କୁ ଚୁମ୍ବନ କରିବାକୁ ଇଚ୍ଛା ପ୍ରକାଶ କଲେ ଡୋନାଲ୍ଡ ଟ୍ରମ୍ପ

ୱାସିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରସକୁ ମାତ୍ ଦେଇଛନ୍ତି । ହ୍ୱାଇଟ ହାଉସ ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପଙ୍କ କରୋନା ରିପୋର୍ଟ ଏବେ ନେଗେଟିଭ୍ ଆସିଛି । ଏହାପରେ ହିଁ ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ଏବଂ ଫ୍ଲୋରିଡାଠାରେ ଏକ ରାଲିକୁ ସମ୍ବୋଧିତ କରିଛନ୍ତି । ନିର୍ବାଚନ ପ୍ରଚାରରେ ପ୍ରାୟ ଦୁଇ ସପ୍ତାହ ପରେ ୨ ସପ୍ତାହ ପରେ ଟ୍ରମ୍ପ ଓହ୍ଲାଇଛନ୍ତି ପ୍ରଚାର ମଇଦାନକୁ । ସେ ଏହି ସମୟରେ କହିଛନ୍ତି ଯେ, ବର୍ତ୍ତମାନ ସେ ନିଜକୁ ବହୁତ ଶକ୍ତିଶାଳୀ ଅନୁଭବ କରୁଛନ୍ତି ଏବଂ ଏବେ ସମସ୍ତଙ୍କୁ ଚୁମ୍ବନ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ମାସ ଆରମ୍ଭରେ କରୋନା ସଂକ୍ରମିତ ହୋଇଥିଲେ । ଏହା ପରେ ସେ ପ୍ରଥମେ ହ୍ୱାଇଟ ହାଉସରେ ଆସୋଲେସନରେ ଥିଲେ ପରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ କିଛି ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ଟ୍ରମ୍ପ କରୋନା ନେଗେଟିଭ୍ ହେବା ପରେ ସେ ଫ୍ଲୋରିଡାର ଏୟାରବେସରେ ଏକ ରାଲିରକୁ ସମ୍ବୋଧିତ କରିଛନ୍ତି।

ଏଠାରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ମୁଁ କରୋନା ଭାଇରସକୁ ପରାସ୍ତ କରିଛି, ବର୍ତ୍ତମାନ ଡାକ୍ତରମାନେ କହିଛନ୍ତି ଯେ ମୁଁ ଭଲରେ ଅଛି । ମୁଁ ଶକ୍ତିଶାଳୀ ଅନୁଭବ କରୁଛି, ମୁଁ ବର୍ତ୍ତମାନ ଜନସାଧାରଣ ମଧ୍ୟରେ ରହିବାକୁ ଚାହୁଁଛି । ମନ କହୁଛି ଯେ, ମୁଁ ଏହି ଭିଡ଼ ଭିତରକୁ ଆସି ସମସ୍ତଙ୍କୁ ଚୁମ୍ବନ କରିବି । ମୁଁ ଏଠାରେ ସବୁ ପୁରୁଷ ଏବଂ ମହିଳାଙ୍କୁ ଚୁମ୍ବନ ଦେବାକୁ । ଆମେରିକାର ରାଷ୍ଟ୍ରପତି ତାଙ୍କ ରାଲିରେ କହିଛନ୍ତି ଯେ, ୨୦ଦିନ ପରେ ସେ ପୁଣି ଥରେ ନିର୍ବାଚନରେ ​​ଜିତିବେ ।

ଆମେ ଆପଣଙ୍କୁ କହି ରଖୁଛୁ ଯେ, କରୋନା ପଜିଟିଭ୍ ହେବା ପରେ ବି ଡୋନାଲ୍ଡ ଟ୍ରମ୍ପ ଜନସାଧାରଣଙ୍କ ଗହଣରେ ତାଙ୍କ ଉପସ୍ଥିତି ଜାହିର କରୁଥିଲେ, କେବେ ଭିଡିଓ ସୁଟିଂ କରି ଏବଂ କେବେ ହ୍ୱାଇଟ୍ ହାଉସ୍ ବାଲକୋନୀରେ ପହଞ୍ଚି ଯାଇ, ସେ ଜନସାଧାରଣଙ୍କ ସହ ଯୋଗାଯୋଗରେ ରହୁଥିଲେ । ତେବେ ନଭେମ୍ବର ୩ରେ ଆମେରିକାରେ ଭୋଟିଂ ହେବାର ଅଛି ।

Latest Posts

Don't Miss