‘ହସ୍‌ ମନି’ ମାମଲାରେ ଅଭିଯୁକ୍ତ ହେଲେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ନୂଆଦିଲ୍ଲୀ : ଚୁପ୍ ରହିବା ଲାଗି ପର୍ଣ୍ଣଷ୍ଟାରଙ୍କୁ ଅର୍ଥ ପ୍ରଦାନ ମାମଲା । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କଲେ ନ୍ୟୁୟର୍କ କୋର୍ଟ । ୨୦୧୬ ମସିହାର ଏହି ଚର୍ଚ୍ଚିତ ଘଟଣା ଟ୍ରମ୍ପଙ୍କ ଲାଗି ଧକ୍କା ସୃଷ୍ଟି କରିଛି । ଏକ ଅପରାଧ ମାମଲାରେ ଦୋଷୀ ସାବ୍ୟସ୍ତ ହେବା କ୍ଷେତ୍ରରେ ଟ୍ରମ୍ପ ହେଉଛନ୍ତି ପ୍ରଥମ ଆମେରିକା ରାଷ୍ଟ୍ରପତି ।

୨୦୧୬ରେ ଟ୍ରମ୍ପଙ୍କ ଦ୍ବାରା ଘଟିଥିବା ଯୌନ ସମ୍ପର୍କିତ ଆକ୍ଷେପ ଘଟଣାରେ ଦୁଇ ମହିଳାଙ୍କୁ ଚୁପ୍ କରିବା ଲାଗି ଟ୍ରମ୍ପଙ୍କ ଓକିଲ ଅର୍ଥ ଦେବା ଲାଗି ଯୋଜନା କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ଟ୍ରମ୍ପ । ୨୦୨୪ ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ ପାର୍ଟିର ଏହା ଏକ ଷଡ଼ଯନ୍ତ୍ର ବୋଲି ସେ କହିଥିଲେ ।

ଟ୍ରମ୍ପଙ୍କ ନିର୍ଦ୍ଦେଶ ଅନୁସାରେ ପର୍ଣ୍ଣଷ୍ଟାର ଷ୍ଟର୍ମି ଡାନିଏଲସ ଓ ପ୍ଲେବ୍ୟାକ ମଡେଲ କାରେନ ମାକଡୁଗଲଙ୍କୁ ଚୁପ୍ କରିବା ଲାଗି ଓକିଲ ମାଇକେଲ କୋହେନ ୧ ଲକ୍ଷ ୩୦ହଜାର ଡଲାର ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ପୂ୍ର୍ବରୁ ହ୍ବାଇଟହାଉସରୁ ଗୁରୁତ୍ବପୂର୍ଣ୍ଣ ଫାଇଲ ନିଜ ବାସଭବନକୁ ନେବା ଅଭିଯୋଗରେ ଟ୍ରମ୍ପଙ୍କ ବିରୋଧରେ ଏଫବିଆଇ ତଦନ୍ତ ଜାରି ରହିଛି ।