spot_img

Latest Posts

ଭାରତକୁ ବଡ଼ ଅଫର୍‌ ଦେଲା ଆମେରିକା: ଟ୍ରମ୍ପ କଲେ ଆଶ୍ଚର୍ଯ୍ୟଜନକ ଖୁଲାସା

ନନ୍ଦିଘୋଷ ବ୍ୟୁରୋ: ଭାରତକୁ ବଡ଼ ଅଫର୍‌ ଦେଲା ଆମେରିକା । ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦାବି କରିଥିଲେ। ଟ୍ରମ୍ପ ଏବେ ଆଉ ଏକ ଦାବି କରିଛନ୍ତି। ସେ କହିଛନ୍ତି, ଭାରତ ଆମେରିକାକୁ ଏକ ଜିରୋ ଟାରିଫ୍‌ ଟ୍ରେଡ୍‌ ଡିଲ୍‌ ପ୍ରଦାନ କରିଛି। ଆମେରିକା ଭାରତ ଉପରେ ୨୬ ପ୍ରତିଶତ ଟାରିଫ୍‌ ଲାଗୁ କରିଥିଲା। ଏହା ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି।
ଟ୍ରମ୍ପ କହିଛନ୍ତି, ଭାରତ ଆମେରିକାକୁ ଜିରୋ ଟାରିଫ୍‌ ଟ୍ରେଡ୍‌ ଡିଲ୍‌ ପ୍ରସ୍ତାବ ଦେଇଛି। ଭାରତରେ କିଛି ବିକ୍ରୟ କରିବା ବହୁତ କଷ୍ଟକର, କିନ୍ତୁ ସେମାନେ ୱାଶିଂଟନ ସହିତ ଜିରୋ ଟାରିଫ୍‌ ଟ୍ରେଡ୍‌ ଡିଲ୍‌ କରିବାକୁ ପ୍ରସ୍ତୁତ। ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ୯ରେ ଲିବରେଶନ ଡେ’ ଅବସରରେ ଭାରତ ସମେତ ଅନେକ ଦେଶ ଉପରେ ଟାରିଫ୍‌ ଘୋଷଣା କରିଥିଲେ। ଏହାର ଜବାବରେ, ଭାରତ ଏକ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଆମେରିକା ସହିତ ଆଲୋଚନାକୁ ତୀବ୍ର କରିଥିଲା।
ଭାରତର ଅପରେଶନ ସିନ୍ଦୂର ପରେ, ପାକିସ୍ତାନ ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଥିଲା। ସେ ଡ୍ରୋନ ଏବଂ ମିଶାଇଲ୍‌ ସାହାଯ୍ୟରେ ଅନେକ ସହର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଭାରତ ପ୍ରତିଶୋଧ ନେଇ ପାକିସ୍ତାନକୁ ପ୍ରବଳ କ୍ଷତି ପହଞ୍ଚାଇଲା। ଭାରତ ମଧ୍ୟ ଡ୍ରୋନ ସାହାଯ୍ୟରେ ପ୍ରତିଶୋଧ ନେଇଥିଲା। ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ସହିତ ଆଲୋଚନା କରିଥିଲେ। ଭାରତ-ପାକିସ୍ତାନ ଯୁଦ୍ଧବିରତି ସମ୍ପର୍କରେ ଆଲୋଚନାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ବୋଲି ଟ୍ରମ୍ପ ବିଶ୍ୱ ସମ୍ମୁଖରେ ଦାବି କରିଥିଲେ।
ଆମେରିକା ଚାଇନା ଉପରେ ୧୪୫ ପ୍ରତିଶତ ଟାରିଫ୍‌ ଲାଗୁ କରିଛି। ଭିଏତନାମ ଉପରେ ୪୬ ପ୍ରତିଶତ ଟାରିଫ୍‌ ଲାଗୁ କରାଯାଇଛି। ଟ୍ରମ୍ପ ସରକାର ବର୍ତ୍ତମାନ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଉପରେ କେବଳ ୧୦ ପ୍ରତିଶତ ଟାରିଫ୍‌ ରଖିଛନ୍ତି।

Latest Posts

Don't Miss