spot_img

Latest Posts

ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଏହି କାରଣରୁ ଲୋକମାନେ ଛାଡୁଛନ୍ତି ୱାଶିଂଟନ୍ ଡିସି

ନୂଆଦିଲ୍ଲୀ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦେଶର ୪୭ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ସେ ପୂର୍ବରୁ ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିଲେ। ତାଙ୍କର ପୂରା ନିର୍ବାଚନ ପ୍ରଚାରକୁ ନେଇ ବିବାଦ ଘେରି ରହିଥିଲା, ବର୍ତ୍ତମାନ ଶପଥ ଗ୍ରହଣ କରିବା ପୂର୍ବରୁ ମଧ୍ୟ କିଛି ଲୋକ ଆଶଙ୍କା କରୁଛନ୍ତି ଯେ ୱାଶିଂଟନ୍ ଡିସିରେ ଅବସ୍ଥା ଆହୁରି ଖରାପ ହେବ ।

ଆମେରିକାର ମିଡିଆ ହାଉସ ଦି ଗାର୍ଡିଆନଙ୍କ ରିପୋର୍ଟ ଅନୁଯାୟୀ, ଜାନୁଆରୀ ୨୦ରେ ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ସମାରୋହ ପୂର୍ବରୁ ୱାଶିଂଟନ୍ ଡିସିର ଅନେକ ବାସିନ୍ଦା ସହର ଛାଡିବାକୁ ଯୋଜନା କରୁଛନ୍ତି । କାରଣ ସେମାନେ ଅଶାନ୍ତି ସୃଷ୍ଟି ହେବାକୁ ନେଇ ଚିନ୍ତିତ ଅଛନ୍ତି । ତେଶୁ ସେମାନେ ଉତ୍ତେଜନାପୂର୍ଣ୍ଣ ପରିବେଶକୁ ଏଡାଇବାକୁ ଚାହାଁନ୍ତି ।

ଡିସି ଓକିଲ ଆଲେସାଣ୍ଡ୍ରା ହ୍ବିଟନି-ସ୍ମିଥ ତାଙ୍କ ସାଙ୍ଗମାନଙ୍କ ସହ ସହରଠାରୁ ଏକ ସପ୍ତାହ ଦୂରରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା ଦ୍ବାରା ସେମାନେ କୌଣସି ବିଶୃଙ୍ଖଳାରୁ ଦୂରେଇ ରହିପାରିବେ। ୨୦୨୧ ମସିହାରେ ଜାନୁଆରୀ ୬ରେ କ୍ୟାପିଟାଲ ଉପରେ ହୋଇଥିବା ଆକ୍ରମଣରେ ସେ ଯେତେବେଳେ ଭୟର କଥା କହିଥିଲେ । ଯେତେବେଳେ ତାଙ୍କ ମା ଲାଇବ୍ରେରୀ ଅଫ କଂଗ୍ରେସରେ କାର୍ଯ୍ୟ କରୁଥିଲେ। ସେ କହିଥିଲେ, “ମୁଁ ପୁନର୍ବାର ସେହି ପ୍ରକାର ଚାପର ସମ୍ମୁଖୀନ ହେବାକୁ ଚାହେଁ ନାହିଁ। ଅନ୍ୟ ଜଣେ ୱାଶିଂଟନ୍ ବାସିନ୍ଦା ଟିଆ ବଟଲର ମଧ୍ୟ ସହର ଛାଡିଛନ୍ତି। ୱାଶିଂଟନ୍‌ରେ ଅନୁଷ୍ଠିତ ସମାରୋହରେ ବିବାଦ ଆଶଙ୍କା କରି ସେ ଏକ ସପ୍ତାହ ପାଇଁ କାଲିଫର୍ନିଆ ଯିବାକୁ ଚିନ୍ତା କରୁଛନ୍ତି।

ଅନ୍ୟପକ୍ଷରେ ଟ୍ରମ୍ପ ସମର୍ଥକମାନେ ଏହି ସମାରୋହ ପାଇଁ ପ୍ରସ୍ତୁତି ଚଳାଇଛନ୍ତି, ସହରର ହୋଟେଲଗୁଡିକର ପ୍ରାୟ ୭୦ପ୍ରତିଶତ ରୁମ୍ ବୁକ ସରିଛି । ସମାରୋହକୁ ବହୁ ସଂଖ୍ୟକ ଲୋକ ଆସୁଥିବାର ଦର୍ଶାଇ ରୁମ୍ ଦର ରାତି ୯୦୦ରୁ ୧୫୦୦ ଡଲାର ମଧ୍ୟରେ ରହିଛି ।

Latest Posts

Don't Miss