କେଉଁଠି ରହିବେ ହୀରା ବ୍ୟବସାୟୀ ମେହୁଲ? କ’ଣ କହୁଛନ୍ତି ସରକାର

1 min read

ନୂଆଦିଲ୍ଲୀ: ହୀରା ବ୍ୟବସାୟୀ ମେହୁଲ ଚୋକସୀ କେଉଁଠି ରହିବେ । ଡୋମିନିକାରେ ରହିବେ ନା ଆଣ୍ଟିଗୁଆ ଫେରିବେ। ଭାରତ ଫେରିବାର ମଧ୍ୟ ରହିଛି ଯଥେଷ୍ଟ ସମ୍ଭବନା । ଏ ନେଇ ଆଜି ଡୋମିନିକା କୋର୍ଟରେ ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ଗତକାଲି ଏହି ମାମଲାର ଶୁଣାଣି ହୋଇଥିବା ବେଳେ ଉଭୟ ପକ୍ଷ କୋର୍ଟରେ ନିଜ ନିଜର ଯୁକ୍ତି ଉପସ୍ଥାପନା କରିଥିଲେ ।

କୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ ଚୋକସୀକୁ ଭାରତ ପଠାଇବା ଦରକାର ବୋଲି ସରକାରୀ ଓକିଲ କହିଛନ୍ତି । ଆଣ୍ଟିଗୁଆରୁ ଫେରାର ହୋଇ ଡୋମିନିକାରେ ଧରାପଡିବା ପରେ କୋର୍ଟରେ ଶୁଣାଣି ହୋଇଥିଲା। ଚୋକସୀଙ୍କୁ ସିଧା ଭାରତ ପଠାଯିବ ନାଁ ଏଣ୍ଟିଗୁଆ ପଠାଯିବ ତାକୁ ନେଇ କୋର୍ଟରେ ବିତର୍କ ହୋଇଥିଲା ।

ଅଧିକ ପଢନ୍ତୁ- ଗୋଟିଏ ନୁହେଁ ଦୁଇଟି ପ୍ରାଇଭେଟ୍ ଜେଟ୍ ଓହ୍ଲାଇଥିଲା ଡୋମିନିକାରେ,ମେହୁଲଙ୍କ ଭାଇଙ୍କ ଉପସ୍ଥିତିକୁ ନେଇ ଉଠିଲା ପ୍ରଶ୍ନ

ଡୋମିନିକା ସରକାରଙ୍କ କହିବା କଥା ନାଗରିକତାର ନୂଆ କାନୁନ, ଭାରତୀୟ ସମ୍ବିଧାନ ଠାରୁ ବଡ଼ ନୁହେଁ । ଏଥିପାଇଁ ତାଙ୍କୁ ଭାରତ ତୁରନ୍ତ ପଠେଇ ଦିଆଯିବା ଦରକାର । ଏଥିସହ କୋର୍ଟରେ ଅପହରଣ ମାମଲାକୁ ମଧ୍ୟ ସିଧାସଳଖ ଖାରଜ କରାଯାଇଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୪ ହଜାର କୋଟି ଟଙ୍କା ଠକେଇ ମାମଲାରେ ମେହୁଲ ଚୋକସୀଙ୍କର ସମ୍ପୃକ୍ତି ଅଛି । ସେ ଭାରତ ଆସିବା ପରେ ମାମଲାର ତଦନ୍ତ ଅଗ୍ରସର ହେବ ବୋଲି ଆଶା କରାଯାଉଛି । ତେବେ ଜୁନ୍‌ ୮ ପର୍ଯ୍ୟନ୍ତ ଡୋମିନିକାର ଜେଲରେ ରହିବେ ଚୋକସୀ ।

 

Leave a Reply