କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଘରୋଇ ହିଂସା ମାମଲା, ୯ ଦିନ ପରେ ମଧ୍ୟ ପୋଲିସ ନେଉନି କାର୍ଯ୍ୟାନୁଷ୍ଠାନ

1 min read

ଭୁବନେଶ୍ୱର: ଦେବଗଡ଼ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ସାମ୍ନାକୁ ଆସିଛି । ପତ୍ନୀଙ୍କୁ ଶାରୀରିକ ନିର୍ଯାତନା, ମାନସିକ ଯନ୍ତ୍ରଣା ଓ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତାଙ୍କ ପତ୍ନୀ ବବିତା ପଟ୍ଟନାୟକ ଭୁବନେଶ୍ୱର ମହିଳା ଥାନାରେ ତାଙ୍କ ବିରୋଧରେ ଏତଲା ଦେଇଛନ୍ତି । ଘଟଣା ଅନୁଯାୟୀ, ଗତ ୪ ତାରିଖରେ ବବିତା ପଟ୍ଟନାୟକ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

ଏହାପରେ ଥାନା ଅଧିକାରୀ ସ୍ୱାମୀ-ସ୍ତ୍ରୀଙ୍କର ଆପୋଷ ବୁଝାମଣା ପାଇଁ ଶ୍ରୀ ମହାନ୍ତିଙ୍କୁ ଉପସ୍ଥିତ ହେବାକୁ କହିଥିଲେ । ତେବେ ସବୁ ପ୍ରଚେଷ୍ଟା ସତ୍ତ୍ୱେ ମଧ୍ୟ ଆପୋଷ ବୁଝାମଣା ହୋଇପାରିଲା ନାହିଁ । ଫଳରେ ଏବେ ସ୍ତ୍ରୀ, ବବିତା ପଟ୍ଟନାୟକ ସ୍ୱାମୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମହିଳାଙ୍କ ଏତଲା ଅନୁଯାୟୀ, ତାଙ୍କ ସ୍ୱାମୀଙ୍କ ସମେତ ପରିବାରର ସର୍ବମୋଟ୍ ୫ ଜଣଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ ।

ଆଇପିସି ଧାରା ୩୦୭, ୨୯୪, ୩୫୪, ୩୫୪, ୩୫୪ଏ, ୩୨୩, ୪୯୮ଏ ଓ ଧାରା ୩୪ର ସଙ୍ଗୀନ ଦଫା ଲାଗିଛି । ଅନ୍ୟପକ୍ଷରେ ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଉ ନାହିଁ କିମ୍ୱା ତାଙ୍କ ସ୍ୱାମୀଙ୍କ ଚାପରେ ଆସି କାର୍ଯ୍ୟାନୁଷ୍ଠାନ କରୁନାହିଁ ବୋଲି ବବିତା ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

Leave a Reply