ଡଲଫିନର ପ୍ରେମ କାହାଣୀ: ବ୍ରେକଅପ୍ ପରେ ଆତ୍ମହତ୍ୟା

1 min read

ଓ୍ବାସିଂଟନ: ପ୍ରେମ ଶ୍ବାସତ ଓ ଅମର । ପ୍ରେମ ଦୁଇ ମନର ମିଳନ । ପ୍ରେମ କେତେବେଳେ କେଉଁ ରୂପରେ ଆସେ ଜାଣି ହୁଏନି । ଗୋଟିଏ ଦେଖା ଓ କିଛି କ୍ଷଣରେ ଚୋରି ହୋଇଯାଇଥାଏ ମନ । ଏହା ପୁରୁଷ ଓ ନାରୀ ମଧ୍ୟରେ ହୋଇପାରେ ଅବା ମଣିଷ ପଶୁଙ୍କ ମଧ୍ୟରେ ବି ହୋଇପାରେ । ମଣିଷ ଓ ପଶୁଙ୍କ ପ୍ରେମ ସମ୍ପର୍କର ତ ବହୁତ ଉଦାହରଣ ରହିଛି । ହେଲେ ଆଜି ଆମେ ଯେଉଁ ପ୍ରେମ ସମ୍ପର୍କ କଥା କହିବାକୁ ଯାଉଛି, ଏ ହେଉଛି ପ୍ରେମ,  ବିଚ୍ଛେଦ, ବିରହ ଓ ମୃତ୍ୟୁର କରୁଣ କାହାଣୀ । ଏ ପ୍ରେମ ଜଣେ ଯୁବକ ଓ ଏକ ଡଲଫିନ ମଧ୍ୟରେ । ଉଭୟଙ୍କ ମଧ୍ୟରେ କେବଳ ପ୍ରେମ ସମ୍ପର୍କ ନଥିଲା, ଶାରୀରିକ ସମ୍ପର୍କ ମଧ୍ୟ ଥିଲା । ହେଲେ ପ୍ରେମିକଠାରୁ ଅଲଗା ହେବା ପରେ ଡଲଫିନଟି ଆତ୍ମହତ୍ୟା କରିବା ସମସ୍ତଙ୍କୁ ଚକିତ କରୁଛି ।

ଡେରି ନକରି ଆସନ୍ତୁ ଜାଣିବା ଯୁବକ ଓ ଡଲଫିନ୍ ମଧ୍ୟରେ ଥିବା ଏହି ପ୍ରେମ, ସମ୍ପର୍କ, ବିଚ୍ଛେଦ, ବିରହ ଓ ଆତ୍ମହତ୍ୟାର କାହାଣୀ ।

ପ୍ରେମ ଓ ଶାରୀରିକ ସମ୍ପର୍କ

ଏହି କାହାଣୀର ପ୍ରେମୀ ଯୁଗଳ ହେଲେ ମ୍ୟାକଲମ ବ୍ରେନର ଓ ଡଲଫିନ ଡଲି । ଘଟଣା ୭୦ ଦଶକର । ବ୍ରେନର ତାଙ୍କ ବହିରେ ଉଭୟଙ୍କ ସମ୍ପର୍କକୁ ନେଇ ଯାହା ଲେଖିଛନ୍ତି ତାହା ହୁଏତ ବିଶ୍ବାସ ଯୋଗ୍ୟ ନୁହେଁ, ମିଛ ବୋଲି ମଧ୍ୟ କହି ପାରିବା ନାହିଁ ।

ବ୍ରେନରଙ୍କ ଅନୁସାରେ ଡଲି ସହ ତାଙ୍କ ସମ୍ପର୍କ ପ୍ରେମଠାରୁ ଅଧିକ ଥିଲା । ନିଜେ ଡଲି ଶାରୀରିକ ସମ୍ପର୍କ ରଖିବାକୁ ବ୍ରେନରଙ୍କୁ ମନାଇ ଥିଲା । ଦୀର୍ଘଦିନର ଶାରୀରିକ ସମ୍ପର୍କ ପରେ ଯେତେବେଳେ ବ୍ରେକଅପ୍ ହୋଇଥିଲା ଡଲି ଆତ୍ମହତ୍ୟା କରି ଦେଇଥିଲା ।

ରିପୋର୍ଟ ଅନୁସାରେ ୧୯୭୦ ଦଶକରେ ଫ୍ଲୋରିଡ଼ାର ସରସୋତାରେ ନିଜ ଓ୍ବାଟର ପାର୍କରେ ବ୍ରେନର ପ୍ରାୟ ୬ ମାସ ଡଲି ସହ ଶାରୀରିକ ସମ୍ପର୍କ ରଖିଥିଲେ । ସେ ସମୟରେ ବ୍ରେନର ଜଣେ କଲେଜ ଛାତ୍ର ଥିଲେ ଓ ଡଲିର ପୁଲକୁ ଯିବାକୁ ତାଙ୍କୁ ବାରଣ ନଥିଲା । ସେ ବିନା ବାଧାରେ ଡଲିର ପୁଲକୁ ଯାଇ ପହଁରୁ ଥିଲେ । ଏହି ସମୟରେ ଡଲି ନିଜେ ତାଙ୍କ ପାଖକୁ ଆସିଥିଲା । ବନ୍ଧୁତ୍ବରୁ ଆରମ୍ଭ ହୋଇଥିବା ଏହି ସମ୍ପର୍କ ପ୍ରେମ ପର୍ଯ୍ୟନ୍ତ ଯାଇଥିଲା ଓ ଶେଷରେ ଶାରୀରିକ ସମ୍ପର୍କ ରଖିବାକୁ ଡଲି ନିଜ ଆଡୁ ଇସାରା ଦେଇଥିଲା ।

ବିରହ ବେଦନାରେ ଡଲିର ଆତ୍ମହତ୍ୟା

ବ୍ରେନର ତାଙ୍କ ବହିରେ ଆଗକୁ ଲେଖିଛନ୍ତି ଡଲି ସହ ସମ୍ପର୍କକୁ ସେ ରିଲେଶନସିପ ନାଁ ଦେଇଥିଲେ । ହେଲେ ପାର୍କ ବନ୍ଦ ହେବା ସହ ବ୍ରେନର ଓ ଡଲିର ପ୍ରେମ ସମ୍ପର୍କରେ ଏକ ପ୍ରକାର ପୂର୍ଣ୍ଣେଚ୍ଛେଦ ପଡ଼ିଯାଇଥିଲା । ଡଲିକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଦିଆଯାଇଥିଲା । ଉଭୟଙ୍କ ମଧ୍ୟରେ ବିଚ୍ଛେଦର ୯ ମାସ ପରେ ଡଲିର ମୃତ୍ୟୁ ଘଟିଥିଲା । ବହିରେ ବ୍ରେନର ଦାବି କରିଛନ୍ତି, ତାଙ୍କଠାରୁ ଅଲଗା ହେବା ପରେ ଡଲି ଆତ୍ମହତ୍ୟା କରିଥିଲା । ଡଲି ଜାଣିଶୁଣି ନିଜ ନିଃଶ୍ବାସ ବନ୍ଦ କରି ଦେଇଥିଲା । ତେବେ ଡଲଫିନର ଆତ୍ମହତ୍ୟାକୁ ନେଇ ବୈଜ୍ଞାନିକମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ରହିଛି ।

ଡଲିର ମୃତ୍ୟୁ ପରେ ପ୍ରାୟ ୫ ବର୍ଷ ବ୍ରେନର ଡିପ୍ରେସନକୁ ଚାଲି ଯାଇଥିଲେ । ତେବେ କୌଣସି ଜୀବ ସହ ଶାରୀରିକ ସମ୍ପର୍କ ରଖିବା ବ୍ରେନରଙ୍କ ପାଇଁ ପ୍ରଥମ ନଥିଲା । ଡଲି ପୂର୍ବରୁ ବ୍ରେନର ନିଜ ପାଳିତ କୁକୁର ସହ ମଧ୍ୟ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ । ଯାହା ସେ ନିଜେ ସ୍ବୀକାର କରିଥିଲେ ।

ବ୍ରେନରଙ୍କ ଏହି ବହିର ନାଁ ‘Wet Goddess’ । ୨୦୧୦ ମସିହାରେ ପ୍ରକାଶ ପାଇଥିଲା । ଯେଉଁ ଥିରେ ସେ ଡଲି ସହ ସମ୍ପର୍କ ବିଷୟରେ ଉଲ୍ଲେଖ କରିଛନ୍ତି ।

Leave a Reply