spot_img

Latest Posts

ଆଜିଠୁ ଚିଲିକାରେ ହେବ ଡ଼ଲଫିନ ଗଣନା ; ଗଣନା ୩ ଦିନ ପର୍ଯ୍ୟନ୍ତ ଚାଲିବ

ନନ୍ଦିଘୋଷ ବ୍ୟୁରୋ : ଆଜିଠୁ ଚିଲିକାରେ ହେବ ଡ଼ଲଫିନ ଗଣନା । ଗଣନା ୩ ଦିନ ଧରି ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ।  ଡ଼ଲଫିନ ଗଣନା ପାଇଁ ୨ଟି ରେଂଜର ୩ ସେକ୍ଟରରେ ରହିବେ ୧୮ ଟିମ । ସାତପଡ଼ାରେ ୮ଟି ଓ ବାଲୁଗାଁରେ ୧୦ଟି ଟିମ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ପ୍ରତି ଟିମରେ ୫ରୁ ୬ଜଣଙ୍କ ସମେତ ଦୁଇ ଜଣ ଡଙ୍ଗା ଚାଳକ ରହିବେ ।  ଏହି ଗଣନାରେ ୧୩୦ ରୁ ଉର୍ଦ୍ଧ ବିଭାଗୀୟ କର୍ମଚାରୀ,ସ୍ବେଛାସେବୀ,ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି,ଓଡିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ,ସିଡିଏ କର୍ମଚାରୀ,ଓୟୁଏଟି ଛାତ୍ରଛାତ୍ରୀ ଅଣସରକାରୀ ସଂସ୍ଥା କର୍ମଚାରୀ ମାନେ ସାମିଲ ହେବେ। ଏଥିସହିତ ସ୍ଥାନୀୟ ମତ୍ସ୍ୟଜୀବୀ ଓ ବିଭିନ୍ନ ଡଙ୍ଗା ଚାଳକ ସଂଘ ମାନେ ସହଯୋଗ କରିବେ। ମାନଚିତ୍ର, ଜିପିଏସ,ବାଇନାକୁଲାର,ସ୍ପୋଟିଂ ସ୍କୋପ,ୱାକିଟକି,ନୋଟ ବୁକ ବ୍ୟବହାର କରାଯିବ। ଗଣନା ସମୟରେ ଚିଲିକାରେ ମସ୍ୟଜୀବୀ ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ନିଷେଦ୍ଧ ରହିବ l

Latest Posts

Don't Miss