ଆସିଲା ଡଲଫିନ ଗଣନା ରିପୋର୍ଟ; ରାଜ୍ୟରେ ଅଛନ୍ତି ମୋଟ୍ ୭୧୦ ଡଲଫିନ

1 min read

xr:d:DAFVdsGBixY:8,j:812155971,t:22122208

ନନ୍ଦିଘୋଷ ବ୍ୟୁରାେ : ଆସିଲା ଡଲଫିନ ଗଣନା ରିପୋର୍ଟ । ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ରାଜ୍ୟରେ ଅଛନ୍ତି ମୋଟ୍ ୭୧୦ ଡଲଫିନ । ସେଥିମଧ୍ୟରୁ ରାଜନଗର ଡିଭିଜନରେ ସର୍ବାଧିକ ୫୦୫ ଡଲଫିନ ଥିବା ବେଳେ ଚିଲିକା ଡିଭିଜନରେ ୧୭୪, ବ୍ରହ୍ମପୁର ଡିଭିଜନରେ ୧୩, ପୁରୀ ଓ ବାଲେଶ୍ଵର ଡିଭିଜନରେ ୭ଟି ଲେଖାଏଁ ଓ ଭଦ୍ରକ ଡିଭିଜନରେ ଅଛନ୍ତି ୪ଟି ଡଲଫିନ ।

ସେହିପରି ରାଜ୍ୟରେ ସର୍ବାଧିକ ୪୯୮ଟି ହମ୍ପବ୍ୟାକ ଡଲଫିନ ଥିବା ବେଳେ ୧୮୮ଟି ଇରାୱାଡ଼ି ଡଲଫିନ, ୧୬ଟି ବଟଲ-ନୋଜ ଡଲଫିନ ଓ ୮ଟି ସ୍ପିନର ଡଲଫିନ ଅଛନ୍ତି । ଚିଲିକାରେ ଥିବା ଡଲଫିନକୁ ସାଧାରଣ ପର୍ଯ୍ୟଟକ ଦେଖିପାରୁଥିବା ବେଳେ ଗହୀରମଥା ଅଭୟାରଣ୍ୟରେ ଗଭୀର ସମୁଦ୍ରରେରେ ହମ୍ପବ୍ୟାକ ଡଲଫିନକୁ ସାଧାରଣ ଲୋକେ ଦେଖିବାର ସୁଯୋଗ ମିଳେ ନାହିଁ ବୋଲି ପିସିସିଏଫ କହିଛନ୍ତି।