ଭାରତ-ଚୀନ-କାନାଡ଼ା- ମେକ୍ସିକୋ ନାଁ ନେଇ ଏମିତି କହିଲେ ଟ୍ରମ୍ପ
1 min read
ନନ୍ଦିଘୋଷ ବ୍ୟୁରୋ: ବୁଧବାର ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ ସଂସଦରେ ସମ୍ବେଧିତ କରିଛନ୍ତି । ନିଜର ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ଅଧିବେଶନରେ ବହୁ ଗୁରୁତ୍ବପୂର୍ଣ୍ଣ ଅଭିଭାଷଣମାନ ଦେଇଥିବା ଦେଖିବାକୁ ମିଳିଛି । ବାକ୍ ସ୍ବାଧିନତା ଏବଂ ଶୁଳ୍କ ଉପରେ ଗୁରୁତ୍ବାରୋପ କରିଛନ୍ତି । ତେବେ ଟ୍ୟାକ୍ସ ନିଷ୍ପତ୍ତିକୁ ଖୋଲାଖୋଲି ଭାବେ ସମର୍ଥନ କରିଛନ୍ତି । ତେବେ ସେ ଭାରତର ନାମ ମଧ୍ୟ ନେଇଛନ୍ତି । କହିଛନ୍ତି କି, ଭାରତ-ଚୀନ-କାନାଡ଼ା- ମେକ୍ସିକୋ ଆମ ଉପରେ ଉପରେ ଅଧିକ ଟିକସ ଲଗାନ୍ତି । କିନ୍ତୁ ଭାରତ ଦ୍ବାରା ଲାଗୁ କରାଯାଇଥିବା ଟିକସ ନ୍ୟାୟସଙ୍ଗତ ନୁହେଁ । ଏହାଏକ ଭଲ ନୁହେଁ । ଯେଉଁ ଦେଶ ଆମ ଉପରେ ଅଧିକ ଟିକସ ଲାଗୁ କରିବ ଆମେ ମଧ୍ୟ ସେମାନଙ୍କ ଉପରେ ଅଧିକ ଟିକସ ଲାଗୁ କରିବୁ ।