ରାଜଧାନୀରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣକୁ ତ୍ୱରାନ୍ୱିତ କଲା ବିଏମ୍‌ସି: ଦିନକୁ ୩୦ କୁକୁରଙ୍କ ହେଉଛି ଅସ୍ତ୍ରୋପଚାର

1 min read

ଭୁବନେଶ୍ୱର: ରାଜଧାନୀବାସୀଙ୍କ ପାଇଁ ଚିନ୍ତା ବଢ଼ାଇଲେଣି ବୁଲା କୁକୁର । ଦିନକୁ ଦିନ ବଢୁଛି ଏମାନଙ୍କ ସଂଖ୍ୟା । ବୁଲା କୁକୁରଙ୍କ ଯୋଗୁଁ ବଢୁଛି ସଡ଼କ ଦୁର୍ଘଟଣା । କୁକୁରଙ୍କ ବନ୍ଧ୍ୟାକରଣ କରି ସଂଖ୍ୟା ହ୍ରାସ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି । କର୍ମଚାରୀ ଅଭାବ ପୂରଣ ପରେ ABC ବା ପଶୁ ଜନ୍ମ ନିୟନ୍ତ୍ରଣ ଅଭିଯାନକୁ ତ୍ୱରାନ୍ୱିତ କଲା ବିଏମସି ।

ରାଜଧାନୀରେ ବଢ଼ିଲାଣି ବୁଲା କୁକୁରଙ୍କ ଦୌରାତ୍ମ୍ୟ । କୁକୁରଙ୍କ ପାଇଁ ବଢୁଛି ସଡକ ଦୁର୍ଘଟଣା । ବିଏମସିର ପଶୁ ଜନ୍ମ ନିୟନ୍ତ୍ରଣ ଅଭିଯାନକୁ ନେଇ ଉଠିଲା ପ୍ରଶ୍ନ । କର୍ମଚାରୀଙ୍କ ଅଭାବ ପୂରଣ ସହ ବ୍ୟାପକ ହେଲା କୁକୁର ବନ୍ଧ୍ୟାକରଣ କାର୍ଯ୍ୟ । ଭୁବନେଶ୍ୱର ରାଜରାସ୍ତାରେ ଏପରିକି ଗଳିକନ୍ଦିରେ ବଢି ଚାଲିଛି ବୁଲା କୁକୁରଙ୍କ ସଂଖ୍ୟା । ରାସ୍ତାଘାଟରେ ଯାତାୟତ କରିବା ଏବେ କଷ୍ଟକର । ଏନେଇ ଅତିଷ୍ଠ ରାଜଧାନିବାସୀ । ପୂର୍ବଭଳି ବିଏମସି ପକ୍ଷରୁ ଚାଲିଥିବା କୁକୁରଙ୍କ ବନ୍ଧ୍ୟାକରଣ ହେଉନଥିବା ଅଭିଯୋଗ ହୋଇଛି । ତୁରନ୍ତ ବିଏମସି ଏଥିପ୍ରତି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ଭୁବନେଶ୍ୱରରେ ଅଛନ୍ତି ପ୍ରାୟ ୬୦ହଜାରରୁ ଅଧିକ ବୁଲା କୁକୁର । ନିୟମିତ ଜାରି ରହିଛି କୁକୁର ବନ୍ଧ୍ୟାକରଣ ଓ ପଶୁ ସହାୟତା କାର୍ଯ୍ୟ । ଦୁଇଟି ସ୍ୱତନ୍ତ୍ର ଟିମ ଜରିଆରେ ଦିନକୁ ୩୦କୁକୁରଙ୍କ ବନ୍ଧ୍ୟାକରଣ କରିବାର ଲକ୍ଷ୍ୟ ରହିଛି । କୁକୁରଙ୍କୁ ଧରିବା ପରେ ଚିକିତ୍ସକଙ୍କ ଦ୍ୱାରା ଅସ୍ତ୍ରୋପଚାର କରି ଚିହ୍ନ ସ୍ୱରୂପ କାନ ଖଣ୍ଡିଆ କରାଯାଉଛି । ସ୍ୱତନ୍ତ୍ର ଆପ ମାଧ୍ୟମରେ ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରାଯାଉଛି । ପ୍ରାଣୀ ଚିକିତ୍ସକ ଓ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପରେ ଦୂର ହୋଇଛି କର୍ମଚାରୀଙ୍କ ଅଭାବ । ଆଗକୁ ଏହି ସମସ୍ୟା ମଧ୍ୟ ଦୂର ହେବ ବୋଲି କହିଛନ୍ତି ବିଏମସି ଡେପୁଟି କମିଶନର । ଏଥିମଧ୍ୟରେ ଚିହ୍ନଟ ୬୦ହଜାର ବୁଲା କୁକୁରଙ୍କ ମଧ୍ୟରୁ ୨୫ହଜାର କୁକୁରଙ୍କ ବନ୍ଧ୍ୟାକରଣ ଶେଷ ହୋଇଛି ।

Leave a Reply