‘ମୋଟୁ’ କୁ ନେଲା କିଏ ? ଥାନାରେ ଏତଲା

1 min read

ବୌଦ୍ଧ: କଲୋନୀରୁ କୁକୁର ଚୋରି କରି ନେଲେ ଦୁର୍ବୃତ୍ତ । ସିସିଟିଭିରେ କଏଦ ହେଲା ଚୋରି ବେଳର ଦୃଶ୍ୟ। କୁକୁର ‘ମୋଟୁ’କୁ ନପାଇ ଚିନ୍ତାରେ କଲୋନୀ ବାସୀ। ତେବେ ଏନେଇ ଥାନାରେ ଏତଲା ଦେଲେ ଲୋକେ। ‘ମୋଟୁ’କୁ ନ ପାଇ ଶେଷରେ କଲୋନୀର ଏକ ଘର କାନ୍ଥରେ ଲାଗିଛି ନୋଟିସ । ଏହି ନୋଟିସରେ ଲେଖାଯାଇଛି, ‘ଏତଦ ଦ୍ଵାରା ସମସ୍ତଙ୍କୁ ଜଣାଇ ଦିଆଯାଉଛି ଯେ, ଏଠାରେ ଥିବା କୁକୁର ଛୁଆମାନଙ୍କୁ କେହି ନିଅନ୍ତୁ ନାହିଁ । CCTV ଦ୍ଵାରା ଆପଣ କଏଦ ଅଛନ୍ତି । ଯିଏ ନେବେ ତାଙ୍କୁ ୨ ହଜାର ଟଙ୍କା ଜୋରିମନା ସହିତ ପ୍ରଚୁର ମାଡ ଦିଆଯିବ’ । ଦ୍ରଷ୍ଟାବ୍ୟ ସାହି ବାସିନ୍ଦା । ଏଭଳି ଘଟଣା ଘଟିଛି ବୌଦ୍ଧ ଥାନା ପୋଡାପୋଡା କଲୋନୀରେ ।

ସୂଚନା ଅନୁଯାୟୀ, ପୋଡାପୋଡ଼ା କଲୋନୀର ଗେହ୍ଲା ପୋଷା କୁକୁର ଥିଲା ମୋଟୁ। ଗତକାଲି ରାତିରେ ୫ଜଣ ଦୃର୍ବୁକ୍ତ ‘ମୋଟୁ’କୁ ଟେକି ନେଇ ପଳେଇଥିଲେ । ସହର ସାରା ଖୋଜାଖୋଜି କରିବା ପରେ ଏବେ ଥାନାରେ ଅଭିଯୋଗ କରିଛନ୍ତି କଲୋନୀ ବାସୀ। ଅନ୍ୟପଟେ ଖୁବଶୀଘ୍ର ମୋଟୁକୁ ଖୋଜିବା ପାଇଁ ଚେଷ୍ଟା କରୁଛୁ ବୋଲି ଥାନା ଅଧିକାରୀ କହିଛନ୍ତି ।

ସୂଚନା ମୁତାବକ, ବୌଦ୍ଧ ସହରର ପୋଡାପୋଡା କଲୋନୀ ବାସୀ ସମସ୍ତେ ମିଶି ୨ବର୍ଷ ତଳେ ଏକ କୁକୁର ପାଳିଥିଲେ । ଏହା ଏକ ମିକ୍ସ ବ୍ରିଡ଼ ପୋଷା କୁକୁର ଥିଲା । ଯାହାର ନାମ ଅତି ଶ୍ରଦ୍ଧାରେ ଦେଇଥିଲେ ଛକି । ଗତ ୨ମାସ ତଳେ ଛକି ୪ଶିଶୁର ଜନନୀ ହୋଇଥିଲା । ପ୍ରତିଦିନ କଲୋନୀର ପିଲାମାନେ ଛକି ଓ ତାର ୪ ଶିଶୁ ମୋଟୁ, ଡନ, ଚାପସି ଓ ଲାବରା ସହ ଖେଳିଥାନ୍ତି । ଆଉ ବଡଲୋକ ମାନେ ମଧ୍ୟ ଛକି ଓ ତାର ଶିଶୁଙ୍କ ବହୁ ଯତ୍ନ ନିଅନ୍ତି । କରଣ ସେ ହେଉଛି କଲୋନୀର ସୁରକ୍ଷାକବଚ । ରାତିରେ ହେଉ ଅବା ଦିନ ରେ ଯଦି କେହି ଅଜଣା ଲୋକ କଲୋନୀକୁ ପ୍ରବେଶ କରେ ତ ଛକି କଲୋନୀ ସାରା ଲୋକଙ୍କୁ ସତର୍କ କରିଥାଏ ।

ଗତକାଲି ରାତିରେ ଛକି ବାହାରକୁ ଯାଇଥିବା ସମୟରେ ହଠାତ କିଛି ଦୃର୍ବୁତ୍ତ ଆସି ମୋଟୁକୁ ଟେକି ନେଇ ଯାଇଥିଲେ । ମୋଟୁକୁ ନେଲା ବେଳେ ପଛେ ପଛେ ଡ଼ନ ଗୋଡେଇଥିଲା କିନ୍ତୁ ପାରି ନଥିଲା। ମା ଛକି ଛୁଆକୁ ଖୋଜି ବୁଲୁଛି । ଯାହାକୁ ନେଇ କଲୋନୀ ସାରା ଲୋକ ଚିନ୍ତାରେ ପଡିଯାଇଥିବା ବେଳେ ଆଉ ୩ଟି ଛୁଆକୁ ସୁରକ୍ଷା ପାଇଁ ଘର ଆଗରେ ନୋଟିସ ମାରିଛନ୍ତି ।

ନଜର ପକାନ୍ତୁ