ରାଉରକେଲାରେ କୁକୁର ଆତଙ୍କ, ୧୪୧ଜଣ ଆହତ

ରାଉରକେଲା: ରାଉରକେଲାରେ ଏବେ ଦେଖାଦେଇଛି କୁକୁର ଆତଙ୍କ । ସହରର ବିଭିନ୍ନ ସ୍ଥାନରେ କୁକୁର ଆତଙ୍କ ଖେଳାଇଥିବା ବେଳେ କୁକୁର କାମୁଡାରେ ୧୪୧ଜଣ ଆହତ ହୋଇଛନ୍ତି । ସହରର ଜଗଦା, ଝିରପାଣି ଆଦି ଅଞ୍ଚଳରେ ବୁଲା କୁକୁରର ଉତ୍ପାତ ବଢି ଚାଲିଛି । ସୋମବାର ମଧ୍ୟ ପୁଣି ୮୯ଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି । ଆହତ ମାନଙ୍କୁ ରାଉରକେଲା ସରକାରୀ ମେଡିକାଲରେ ଚିକିତ୍ସା କରାଯାଇଛି । ଦିନକୁ ଦିନ କୁକୁର ଦୌରାତ୍ମ୍ୟ ବଢିଚାଲିଥିବା ବେଳେ ଏନେଇ ପଦକ୍ଷେପ ନେବାକୁ ସହରବାସୀ ଦାବି କରିଛନ୍ତି ।