ଓଟିଟି ପ୍ଲାଟଫର୍ମରେ ଓଡ଼ିଆ ଡକ୍ୟୁମେଣ୍ଟାରୀ, ଦ ମାଉଣ୍ଟେନ ହକି ଦ ଲ୍ୟାଣ୍ଡ ଅଫ୍ ଓଡ଼ିଶା
1 min read
ଭୁବନେଶ୍ୱର: ଓଟିଟି ପ୍ଲାଟଫର୍ମରେ ରିଲିଜ ହେଲେ ଓଡ଼ିଆ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ଦ ମାଉଣ୍ଟେନ ହକି ଦ ଲ୍ୟାଣ୍ଡ ଅଫ୍ ଓଡ଼ିଶା । ଜଣେ ଆଦିବାସୀ ଝିଅଙ୍କୁ ହକି ଶିକ୍ଷା ପାଇଁ ଅଣ୍ଟା ଭିଡ଼ିଥିବା ଜଣେ ଶିକ୍ଷକଙ୍କ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ l ଡିଜନି ପ୍ଲସ ହଟଷ୍ଟାରରେ ଚଳଚ୍ଚିତ୍ରକୁ ରିଲିଜ କରାଯାଇଛି ।
ଚଳଚ୍ଚିତ୍ରଟି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅମଲିଖମନ୍ ଗାଁର ମିଶ୍ନାରୀ ସ୍କୁଲ ପ୍ରିନ୍ସପାଲ ରାଜେନ୍ଦ୍ର କୁଜୁରଙ୍କ ଜୀବନିକୁ ନେଇ ନିର୍ମାଣ କରାଯାଇଛି । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅବିନାଶ ପ୍ରଧାନ, ଦେବାଶିଷ ମହାପାତ୍ର ଓ ବ୍ରଜରାଜ ବେହେରା । ସେହିପରି ରାଜକିଶୋର ହୋତା, ମନୀଷ ଭୂଷଣ ଏବଂ ସୁବ୍ରଜିତ୍ ପ୍ରଧାନ ଫିଲ୍ମର ପ୍ରଯୋଜନା କରିଛନ୍ତି ।