Sushant Singh Rajput Case :ସୁଶାନ୍ତଙ୍କ ପୋଷ୍ଟମର୍ଟମ ଶୀଘ୍ର ସାରିବାକୁ ଚାପ ପକାଇଥିଲା ମୁମ୍ବାଇ ପୋଲିସ ?

1 min read

ମୁମ୍ବାଇ: ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ମାମଲାରେ ପୋଷ୍ଟମର୍ଟମ କରିଥିବା ଡାକ୍ତର ନିକଟରେ ଏକ ବଡ଼ କଥାର ଖୁଲାସା କରିଛନ୍ତି । ସିବିଆଇର ପଚରାଉଚରା ପରେ ସୁଶାନ୍ତଙ୍କ ଶବ ପରୀକ୍ଷା କରିଥିବା ଡାକ୍ତର କହିଛନ୍ତିଯେ, ସୁଶାନ୍ତଙ୍କ ପୋଷ୍ଟମର୍ଟମ ଶୀଘ୍ର କରିଦିଅ ବୋଲି ମୁମ୍ବାଇ ପୋଲିସ ତାଙ୍କୁ କହିଥିଲେ । ଖବର ଅନୁସାରେ ଶନିବାରକୁ ସିବିଆଇର ଏକ ଟିମ କୂପର ହସ୍ପିଟାଲରେ ପହଂଚିଛି, ଯେଉଁଠାରେ ସୁଶାନ୍ତଙ୍କ ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କୁ ପଚରା ଉଚରା କରାଯାଉଛି । ସିବିଆଇକୁ ଶୁକ୍ରବାର ଦ୍ୱପିପ୍ରହରରେ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ମିଳିଯାଇଥିଲା । ଯାହାପରେ ଶନିବାରକୁ ସେହି ହସ୍ପିଟାଲରେ ପହଂଚିଛି ସିବିଆଇ ।

 ଗଣମାଧ୍ୟମର ରିପୋର୍ଟ ଅନୁସାରେ  ସୁଶାନ୍ତଙ୍କ ପୋଷ୍ଟମର୍ଟମରେ ଏତେ ଶୀଘ୍ର କାହିଁକି କରାଯାଇଥିଲା ବୋଲି ସିବିଆଇ ପ୍ରଶ୍ନ ଉତ୍ତରରେ ଏଥିପାଇଁ ଡାକ୍ତର ମୁମ୍ବାଇ ପୋଲିସକୁ ଦାୟୀ କରିଛନ୍ତି । ଏଭଳି କରିବା ପାଇଁ ମୁମ୍ବାଇ ପୋଲିସ ଚାପ ପକାଇଥିଲା ବୋଲି ଜଣେ ଡାକ୍ତର କହିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ୧୪ ଜୁନକୁ ସୁଶାନ୍ତଙ୍କ ମୃତ ଶରୀର ତାଙ୍କ ଶୋଇବା ଘର ପଙ୍ଖାରେ ଝୁଲୁ ଥିବାର ମିଳିଥିଲା । ଯାହାପରେ ସେହି ରାତିରେ ସୁଶାନ୍ତଙ୍କ ମୃତ ଶରୀରର ପୋଷ୍ଟମର୍ଟମ କରିଦିଆଯାଇଥିଲା ।

ନିକଟରେ ରିୟା ଏବଂ ମହେଶ ଭଟ୍ଟଙ୍କ ମଧ୍ୟରେ ହୋଇଥିବା ହ୍ୱାଟ୍ସ ଆପ ମେସେଜ ସାମ୍ନାକୁ ଆସିଛି । ତେବେ ସୁଶାନ୍ତଙ୍କ ମୃତ୍ୟୁ ଦିନ ଦୁଇ ଜଣଙ୍କ ମଧ୍ୟରେ ଏହି ଚ୍ୟାଟିଂ ହୋଇଥିଲା ।

ଶବଗୃହକୁ କାହା ଅନୁମତିରେ ଯାଇଥିଲେ ରିୟା ?

ସୁଶାନ୍ତଙ୍କ ପୋଷ୍ଟମର୍ଟମ ହେବା ପୂର୍ବରୁ ଜୁନ୍ ୧୫ ତାରିଖ ଦିନ ରିୟା ଚକ୍ରବର୍ତ୍ତୀ ହସ୍ପିଟାଲର ଶବଗୃହରେ ପହଂଚିଥିଲେ । ସେଠାରେ ପ୍ରାୟ ୪୫ ମିନିଟ ପର୍ଯ୍ୟନ୍ତ ଥିଲେ । ତେବେ ରିୟାଙ୍କୁ ଶବଗୃହ ଭିତରକୁ ଯିବାକୁ ଅନୁମତି ଦିଆଗଲା କିଭଳି? ଏହାକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ମୁମ୍ବାଇ ପୋଲିସ ଏହି ପ୍ରଶ୍ନରେ ଘେରି ହୋଇ ରହିଛନ୍ତି । ରିୟା ସୁଶାନ୍ତଙ୍କ ପରିବାରର ସଦସ୍ୟ ନୁହଁନ୍ତି । ମାମଲା କଥିତ ଭାବରେ ଆତ୍ମହତ୍ୟାର ହୋଇଥିବା ବେଳେ ରିୟାଙ୍କୁ କ୍ଲିୟରାନ୍ସ କିଏ ଦେଲା? ଏହାକୁ ନେଇ ବିଭିନ୍ନ ଆଲୋଚନା ଓ ପର୍ଯ୍ୟାଲୋଚନା ଜାରି ରହିଛି । ଅନ୍ୟପକ୍ଷରେ ଆଉ ଏକ  ରିପୋର୍ଟ ଅନୁସାରେ ଏହା ମଧ୍ୟ କୁହାଯାଉଛି କି ସୁଶାନ୍ତଙ୍କ ପୋଷ୍ଟମୋର୍ଟମ ତାଙ୍କ ଭଉଣୀ ନୀତୁ ସିଂଙ୍କ ଅନୁରୋଧ ଅନୁସାରେ ହୋଇଥିଲା । ଏହା ମଧ୍ୟ କୁହାଯାଉଛିଯେ ପୋଷ୍ଟମର୍ଟମ ସମୟରେ ସୁଶାନ୍ତଙ୍କ ଭିଣୋଇ ଓପି ସିଂ ଉପସ୍ଥିତ ଥିଲେ । ପୋଷ୍ଟମର୍ଟମ ଶେଷ ହେବା ପାଇଁ ପ୍ରାୟ ୯୦ ମିନିଟ ସମୟ ଲାଗିଥିଲା । ତେବେ ଡାକ୍ତରଙ୍କ କହିବା ଅନୁସାରେ ଏଭଳି କୌଣସି ନିୟମ ନାହିଁଯେ ରାତିରେ ପୋଷ୍ଟମର୍ଟମ ହୋଇ ପାରିବ ନାହିଁ । ମୁମ୍ବାଇରେ ରାତିରେ ମଧ୍ୟ ପୋଷ୍ଟମର୍ଟମ ହୁଏ ।

Leave a Reply