ନାକ ପଟେ ବାହାରିଲା ଜୋକ! ଦେହ ଭିତରକୁ କେମିତି ପଶିଥିଲା? ପଢ଼ନ୍ତୁ ପୂରା ଖବର
ବେଜିଂ: ମଣିଷ ନାକପଟେ ବାହାରିଲା ଜୋକ । ଏ ଖବର ଏବେ ଇଣ୍ଟରନେଟ୍ରେ ଚର୍ଚ୍ଚାର ବିଷୟ ହୋଇଛି । ଏ କଥା ଅବିଶ୍ୱସନୀୟ ଲାଗୁଥିଲେ ବି ସଂପୂର୍ଣ୍ଣ ସତ୍ୟ । ଏବେ ରୋଗୀକୁ ଏବେ ନିଶା ଦିଆଯାଇ ରଖାଯାଇଛି ।
ଏଇ କିଛି ଦିନ ତଳେ ଚାଇନାର ଚାଇନାର ଫୁଜିଆନ୍ ପ୍ରୋଭିନ୍ସରେ ଥିବା ଲୋଙ୍ଗୟାନ୍ ୱୋପିଂ କଣ୍ଟ୍ରି ହସ୍ପିଟାଲକୁ ଜଣେ ବ୍ୟକ୍ତି ଯାଇଥିଲେ। ତାଙ୍କର ଅନବରତ କାଶ ହେଉଥିଲା ଆଉ ବେଳେ ବେଳେ କାଶରେ ରକ୍ତ ପଡ଼ୁଥିଲା । ପ୍ରଥମେ ଡାକ୍ତର ଏହାକୁ ପୁରୁଣା କାଶ ବୋଲି ଭାବି ସିଟି ସ୍କାନ କରିବାକୁ କହିଲେ । ହେଲେ ରିପୋର୍ଟରୁ କିଛି ବାହାରିଲା ନାହିଁ । ତେଣୁ ଡାକ୍ତର ବାଧ୍ୟ ହୋଇ ଏଣ୍ଡୋସ୍କୋପି କରାଇଥିଲେ । ସେଥିରୁ ବ୍ୟକ୍ତିଙ୍କ ଶରୀର ଭିତରେ ୨ଟି ଜୋକ ବଢୁଥିବାର ଦେଖିବାକୁ ମିଳିଥିଲା । ଗୋଟିଏ ଜୋକ ଡାହାଣ ପଟ ଶ୍ୱାସନଳୀ ରେ ଦେଖାଦେଇଥିବା ବେଳେ ଅନ୍ୟଟିକୁ କଣ୍ଠ ଦ୍ୱାରରୁ ବାହାର କରାଯାଇଛି । ଜୋକ ୨ଟି ତାଙ୍କ ଶରୀରରେ ୨ମାସ ହେବ ରହିଥିବାର ଜଣାପଡ଼ିଛି।
ଦେହ ଭିତରକୁ କେମିତି ଗଲା ଜୋକ?
ଡାକ୍ତରଙ୍କ କହିବା ଅନୁସାରେ ରୋଗୀଟି ବନ୍ୟାଞ୍ଚଳରେ ରହୁଥିବାରୁ ପାହାଡ଼ି ଝରଣା ପାଣି ପିଉଥିଲେ । ଝରଣା ପାଣିରେ ବେଳେ ବେଳେ ଏହି ଜୋକ ଅତି ଛୋଟ ଆକାରରେ ଲୁଚି ରହିଥା’ନ୍ତି । ପାଣି ପିଇବା ପରେ ସେମାନେ ପାକସ୍ଥଳୀକୁ ନ ଯାଇ କଣ୍ଠଦେଶରେ ଲାଗିଯାଇଥିଲେ । ସେଠି ସେମାନେ ରକ୍ତ ପିଇ ପିଇ ବଡ଼ ହୋଇଯାଇଛନ୍ତି ।