ଯୋଗ ଗୁରୁ ରାମଦେବଙ୍କ ବିରୋଧରେ କଳା ଦିବସ ପାଳୁଛନ୍ତି ଡକ୍ଟର୍ସ ଆସୋସିଏସନ

1 min read

ନୂଆଦିଲ୍ଲୀ: ଏଲୋପାଥି ବୟାନକୁ ନେଇ ବଢ଼ୁଛି ବାବା ରାମଦେବଙ୍କ ଅଡ଼ୁଆ । ଆଜି ଯୋଗ ଗୁରୁ ରାମଦେବଙ୍କ ବିରୋଧରେ କଳା ଦିବସ ପାଳୁଛି ଫେଡେରସନ ଅଫ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ । ତେବେ ଆଜିର ଏହି କଳା ଦିବସ ପାଳନରେ କୌଣସି ରୋଗୀଙ୍କ ଚିକିତ୍ସାରେ ଅବହେଳା ହେବନାହିଁ ବୋଲି କହିଛି ସଂଘ ।

ଦିଲ୍ଲୀ AIIMS ବାହାରେ ହାତର ପ୍ଳାଂକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଡାକ୍ତର ଫେଡେରେସନ୍ ଅଫ୍ ରେସିଡେଣ୍ଟ୍ ଡାକ୍ତର ଆସୋସିଏସନ୍ ଇଣ୍ଡିଆ (ଫୋର୍ଡା) ଘୋଷଣା କରିଛି ଯେ ଏହାର ସମସ୍ତ ସଦସ୍ୟ ଡାକ୍ତରମାନେ ଦେଶର ବିଭିନ୍ନ ସ୍ଥାନରେ ବ୍ଲାକ୍ ଡେ ପାଳନ କରୁଛନ୍ତି ଏହି ସମୟ ମଧ୍ୟରେ, ସମସ୍ତ ସ୍ୱାସ୍ଥ୍ୟ କର୍ମୀ ପିପିଏ କିଟ୍ ଉପରେ ଏକ କଳା ବ୍ୟାଣ୍ଡ ବାନ୍ଧି କାମ କରୁଛନ୍ତି ତେବେ ଡାକ୍ତରଙ୍କ ଏହି ବିକ୍ଷୋଭରୁ ରୋଗୀ ସେବାକୁ ପ୍ରାଧାନ୍ୟ ଦିଆଯାଉଛି

ଗତ କିଛିଦିନ ହେବ ଏଲୋପାଥିକୁ ନେଇ କିଛି ବିବାଦୀୟ ବୟାନ ଦେଇଥିଲେ ବାବା ରାମଦେବ । ଯାହାକୁ ଇଣ୍ଡିଆନ ମେଡିକାଲ ସଂଘ ଦୃଢ଼ ବିରୋଧ କରିବା ସହ ଦିଲ୍ଲୀରେ ବାବାଙ୍କ ନାଁରେ ଏକ ମାମଲା ରୁଜୁ କରିଥିଲା । ଏତଲାରେ ବାବା ଟିକାକୁ ନେଇ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଥିବା ଦର୍ଶାଯାଇଛି ।

ଏଲୋପାଥି ଖାଇ ଲୋକେ ପ୍ରାଣ ହରାଉଛନ୍ତି । ରୋଗୀ ଅକ୍ସିଜେନ ନ ପାଇବା ଭଳି ସଙ୍ଗୀନ ଅଭିଯୋଗ ସଂଘ ପକ୍ଷରୁ କରାଯାଇଥିଲା । ତା’ସହ ବାବାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲା ଇଣ୍ଡିଆନ ମେଡିକାଲ ସଂଘ । ସେପଟେ ବାବାଙ୍କ ଏପରି ବିବୃତିକୁ ନେଇ ଡାକ୍ତର ସଂଘ ଆଜି କଳାଦିବସ ପାଳୁଥିବା ବେଳେ, ବାବା ରାମଦେବ ବ୍ଲାକ ଫଙ୍ଗସକୁ ନେଇ ପୁଣି ତାଙ୍କର ବିବୃତି ରଖିଛନ୍ତି । ବାବା କହିଛନ୍ତି କି ଖୁବ୍‌ଶୀଘ୍ର ବ୍ଲାକ ଫଙ୍ଗସ ପାଇଁ ଆସୁଛି ଆୟୁର୍ବେଦିକ ଔଷଧ । ଏହି ଔଷଧର ପ୍ରସ୍ତୁତି ଆଗାମୀ ସପ୍ତାହ ମଧ୍ୟରେ ଶେଷ ହେବ । ଏହି ଔଷଧ ଦ୍ବାରା ବ୍ଲାକ୍‌, ହ୍ବାଇଟ୍‌ ଓ ୟେଲୋ ଫଙ୍ଗସ ଭଲ ହୋଇପାରିବ ।

 

 

Leave a Reply