ଏସସିବିରେ ଦୁଇ ମହିଳା ରୋଗୀଙ୍କୁ ଦୁଷ୍କର୍ମ ମାମଲା: ବିଦା ହେଲେ ଡାକ୍ତର

1 min read

କଟକ: କୋଲକତା ଦୁଷ୍କର୍ମ ହତ୍ୟା ମନରୁ ନଲିଭୁଣୁ SCBରେ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ ସମସ୍ତଙ୍କୁ ଚକିତ କରିଥିଲା । ଲଗାତର ଏଭଳି ଘଟଣା ସମସ୍ତଙ୍କୁ ବିବ୍ରତ କରେଇଥିଲା । ଏହାରି ଭିତରେ SCBରେ ଦୁଇ ମହିଳା ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି  । SCBରୁ ବିଦା ହେଇଛନ୍ତି ଅଭିଯୁକ୍ତ ଡାକ୍ତର ଠାକୁର ଦୀଲବାଗ ସିଂ । ଅଭିଯୁକ୍ତ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଏସିସିବି ସୁପରିଟେଡେଣ୍ଟ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର । ୩ଜଣିଆ ଯାଞ୍ଚ କମିଟିର ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କଟକ ଏସସିବି ସୁପରିଟେଡେଣ୍ଟ ଓ ଡିନ ପ୍ରିନ୍ସିପାଲଙ୍କ ମେଡିକାଲ କାଉଁସିଲ ବୈଠକ ପରେ ନିଷ୍ପିତ୍ତି ନିଆଯାଇଛି । ପୂର୍ବରୁ ଅଭିଯୁକ୍ତ ଡାକ୍ତରଙ୍କୁ କଲେଜରୁ ବହିଷ୍କାର କରିବା ପାଇଁ ଡିଏମ୍‌ଇଟି ନିର୍ଦ୍ଦେଶ ଦେଇଥିଲେ ।