ପୂଜାରୀ ବେଶରେ ଲୁଚିଥିବା ସିରିୟଲ କିଲର ‘ଡକ୍ଟର ଡେଥ୍’ ଗିରଫ

ନନ୍ଦିଘୋଷ ବ୍ୟୁରୋ: ୫୦ରୁ ଅଧିକ ଲୋକଙ୍କୁ ହତ୍ୟା କରି କୁମ୍ଭୀରଙ୍କୁ ଖୁଆଉ ଥିବା ସିରିୟଲ କିଲର ଦେବେନ୍ଦ୍ର ଶର୍ମା (୬୭) ଓରଫ ଡକ୍ଟର ଡେଥ୍ ଗିରଫ । ରାଜସ୍ଥାନର ଏକ ଆଶ୍ରମରେ ପୂଜାରୀ ବେଶରେ ଲୁଚିଥିବା ବେଳେ ସୋମବାର ସନ୍ଧ୍ୟାରେ ପୋଲିସ ଗିରଫ କରିଛି । ଆୟୁର୍ବଦ ଡକ୍ଟରରୁ ସିରିୟଲ କିଲର ବନିଥିବା ଦେବେନ୍ଦ୍ର ପରୋଲରେ ଯାଇଥିବା ବେଳେ ଫେରାର ହୋଇଯାଇଥିଲା । ତା’ ବିରୋଧରେ ଏକାଧିକ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ମାମଲା ରହିଛି । ଦିଲ୍ଲୀ, ରାଜସ୍ଥାନ ଓ ହରିୟାଣାରେ ଭିନ୍ନ ଭିନ୍ନ ମାମଲାରେ ତାକୁ ଆଜୀବନ ଜଲ ଦଣ୍ଡାଦେଶ ହୋଇଛି । ଗୁରୁଗ୍ରାମର ଏକ କୋର୍ଟରେ ତାକୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ୫୦ରୁ ଅଧିକ ଲୋକଙ୍କ ହତ୍ୟାରେ ସେ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି ।

ଅଟୋ ଓ ଟ୍ରକ ଡ୍ରାଇଭର ଥିଲେ ଟାର୍ଗେଟରେ

ଡେପୁଟି କମିଶନ ଅଫ ପୋଲିସ ଆଦିତ୍ୟ ଗୌତମ କହିଛନ୍ତି ୨୦୦୨ରୁ ୨୦୦୪ ମଧ୍ୟରେ ଏକାଧିକ ଟ୍ରକ ଓ ଟ୍ୟାକ୍ସି ଡ୍ରାଇଭରଙ୍କୁ ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗରେ ତିହାର ଜେଲରେ ଆଜୀବନ କାରା ଦଣ୍ଡାଦେଶ କାଟୁଥିଲା । ୨୦୨୩ ଅଗଷ୍ଟରେ ପରୋଲରେ ବାହାରକୁ ଆସିଥିଲା । ଦେବେନ୍ଦ୍ର ଏବଂ ତା’ର ସହଯୋଗୀମାନେ ଡ୍ରାଇଭରଙ୍କୁ ଭଡ଼ାରେ ଯିବା ପାଇଁ ଡକାଉଥିଲେ । ଏହାପରେ ସେମାନଙ୍କୁ ହତ୍ୟା କରିବା ପରେ ଗାଡ଼ିକୁ ବ୍ଲାକ ମାର୍କେଟରେ ବିକ୍ରି କରି ଦେଉଥିଲେ । ଏହାପରେ ପ୍ରମାଣ ନଷ୍ଟ କରିବା ପାଇଁ ଶବକୁ ଉତ୍ତର ପ୍ରଦେଶର କାସଗଞ୍ଜରେ ହଜାରା ନାଳରେ କୁମ୍ଭୀରଙ୍କୁ ଖାଇବାକୁ ଫିଙ୍ଗି ଦେଉଥିଲେ ।

ପ୍ରଥମେ ଚଲାଉଥିଲା କିଡନୀ ଟ୍ରାନ୍ସପ୍ଲାଣ୍ଟ ରାକେଟ୍

ଆଦିତ୍ୟ ଗୌତମଙ୍କ ଅନୁସାରେ ଦେବେନ୍ଦ୍ରର ଲମ୍ବା ଅପରାଧିକ ଇତିହାସ ରହିଛି । ଯେଉଁଥିରେ ହତ୍ୟା, ଅପହରଣ ଓ ଡକାୟତି ଭଳି ୨୭ରୁ ଅଧିକ ମାମଲା ରହିଛି । ୧୯୯୫ରୁ ୨୦୦୪ ପର୍ଯ୍ୟନ୍ତ କିଡନୀ ପ୍ରତ୍ୟାରୋପଣ ରାକେଟ୍ ଚଲାଇବା ପାଇଁ କୁଖ୍ୟାତ ଥିଲା । ବିଏଏମଏସ (ଆୟୁର୍ବେଦକ ଚିକିତ୍ସା ଓ ସର୍ଜରୀ)ରେ ସ୍ନାତ ଡିଗ୍ରୀଧାରୀ ଦେବେନ୍ଦ୍ର ୧୯୮୪ରେ ରାଜସ୍ଥାନରେ ଏକ କ୍ଲିନୀକ ଖୋଲିଥିଲା । ରାଜ୍ୟା ଏକାଧିକ ଡାକ୍ତର ଓ ମଧ୍ୟସ୍ଥିଙ୍କ ଜରିଆାରେ ୧୨୫ରୁ ଅଧିକ ଅବୈଧ କିଡନୀ ପ୍ରତ୍ୟାରୋପଣ କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲା ।

ଲୁଟ ଓ ହତ୍ୟା ପାଇଁ ଗଢ଼ିଥିଲା ଗ୍ୟାଙ୍ଗ

ପୋଲିସ ସୂଚନା ଅନୁସାରେ, ୧୯୯୫ରୁ ୨୦୦୪ ମଧ୍ୟରେ ଏକ ଗ୍ୟାଙ୍ଗ ଗଢ଼ିଥିଲା । ଯେଉଁମାନେ ଏଲପିଜି ସିଲିଣ୍ଡର ନେଉଥିବା ଗାଡିକୁ ଅଟକାଉ ଚାଳକଙ୍କୁ ମାରିବା ପରେ ସିଲିଣ୍ଡର ସହ ଗାଡ଼ି ଲୁଟି ନେଉଥିଲେ । ଟ୍ରକ ଲୁଟ ପରେ ଗ୍ୟାଙ୍ଗର ସଦସ୍ୟମାନେ ଟ୍ରକକୁ କବାଡ ବଜାରରେ ବିକ୍ରି କରି ଦେଉଥିଲେ । ସେହିପରି ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ଟାର୍ଗେଟ କରି ହତ୍ୟା କରୁଥିଲା । ତା’ ଉପରେ ଦୁଇ ଡର୍ଜନରୁ ଅଧିକ ଲୋକଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପଚରାଉଚରା ବେଳେ ସେ ଏକ ଗ୍ୟାଙ୍ଗର ସଦସ୍ୟ ଥିବା ମଧ୍ୟ ସ୍ବୀକାର କରିଥିଲା । ପ୍ରତି ମାମଲା ପାଇଁ ୭ ଲକ୍ଷ ଟଙ୍କା ନେଉଥିଲା ।

୬ ମାସ ଧରି ଖୋଜୁଥିଲା ପୋଲିସ

ଦେବେନ୍ଦ୍ର କିଡନୀ ରାକେଟ ଓ ସିରିୟଲ ହତ୍ୟା ମାମଲାରେ ୨୦୦୪ରେ ଗିରଫ ହୋଇଥିଲା । ତିହାର ଜେଲରେ ଥିବା ବେଳେ ୨୦୨୩ରେ ପରୋଲରେ ଆସି ଫେରାର ହୋଇଯାଇଥିଲା । ଅପରାଧ ଶାଖାକୁ ତା’ର ସନ୍ଦାନ କାମ ଦିଆଯାଇଥିଲା । ଅଲିଗଡ଼, ଜୟପୁର, ଦିଲ୍ଲୀ, ଆଗରା ଓ ପ୍ରୟାଗରାଜ ସମେତ ଅନ୍ୟ ସହରରେ ପ୍ରାୟ ୬ ମାସ ଯାଞ୍ଚ ପରେ ଦୌସାର ଏକ ଆଶ୍ରମରେ ଥିବା ତଦନ୍ତକାରୀ ଟିମ୍ ଜାଣିବାକୁ ପାଇଥିଲା । ନକଲି ପରିଚୟ ପତ୍ର କରି ସେଠାରେ ଆଧ୍ୟାତ୍ମିକ ବ୍ୟକ୍ତି ଭାବେ ରହୁଥିଲା ।

ସୂଚନାଯୋଗ୍ୟ, ଏହା ପ୍ରଥମ ଘଟଣା ନୁହେଁ, ପରୋଲରେ ଆସିବା ପରେ ଦେବେନ୍ଦ୍ର ଫେରାର ହେବା । ୨୦୨୦ ଜାନୁଆରୀ ୨୮ରେ ୨୦ ଦିନିଆ ପରୋଲରେ ଯାଇ ଫେରାର ହୋଇଯାଇଥିଲା । ୭ ମାସ ଫେରାର ରହିବା ପରେ ଅପରାଧ ଶାଖା ତାକୁ ଦିଲ୍ଲୀରୁ ଫିରଫ କରିଥିଲା ।

ନଜର ପକାନ୍ତୁ