spot_img

Latest Posts

ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା: ଡାକ୍ତରଙ୍କୁ ନିର୍ଧୁମ ମାରିଲେ ସମ୍ପର୍କୀୟ

ଗୌହାଟୀ: ଆସାମର ହୋଜାଇ ଜିଲ୍ଲାରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମୃତ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କୁ ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗୌହାଟିରୁ ପ୍ରାୟ ୧୪୦ କିଲୋମିଟର ଦୂରରେ ଥିବା ଉଦାଲୀ ମଡେଲ ହସ୍ପିଟାଲରେ ଘଟିଛି ଏହି ଘଟଣା। ଅକ୍ସିଜେନ୍ ଅଭାବନରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ପରେ ଉତ୍ତ୍ୟକ୍ତ ହୋଇ ମୃତକଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକ ମିଶି ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ସହ ବିଧା, ଚାପୁଡା ଓ ଗୋଇଠା ମାରିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ୨୪ ଜଣଙ୍କୁ ଗିରଫ କରାଯାଇଛି। ଘଟଣା ଦିନ ଡାକ୍ତର ସେଉଜ୍ କୁମାର ସେନାପତି ଡ୍ୟୁଟିରେ ଥିଲେ। ପିପିଲ୍ ପୁଖୁରି ଗାଁର ଜିୟାଜ୍ ଉଦ୍ଦିନ୍ ନାମକ ଜଣେ କୋଭିଡ ଆକ୍ରାନ୍ତ ଅକ୍ସିଜେନ୍ ଅଭାବବରୁ ମଙ୍ଗଳବାର ମୃତ୍ୟୁବରଣ କରିଥିଲେ। ପରିବାରକୁ ଜଣାଇବା ପରେ ଡାକ୍ତରଙ୍କ ଉପରେ ବର୍ଷିଥିଲେ ସମ୍ପର୍କୀୟ। ଡାକ୍ତର ସେନାପତିଙ୍କ ଉପରେ ମାଡ଼ ହେଲା ପରେ ଅନ୍ୟ ମେଡିକାଲ କର୍ମଚାରୀ ନିଜକୁ ସୁରକ୍ଷିତ ରଖିବାକୁ ଖସି ଚାଲିଯାଇଥିଲେ। ଡାକ୍ତର ଏକ ରୁମ୍‌ରେ ପଶି କବାଟ ବନ୍ଦ କରିଦେଇଥିବା ବେଳେ ଉତ୍ୟକ୍ତ ଲୋକେ କବାଟ ଭାଙ୍ଗି ଡାକ୍ତରଙ୍କୁ ଟଣା ଘୋଷଡ଼ା କରି ମାଡ ମାରିଥିଲେ। ଗୁରୁତର ଡାକ୍ତର ଏବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଘଟଣାକୁ ନେଇ ଏବେ ଡାକ୍ତରଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସବୁ ସରକାରୀ ମେଡିକାଲରେ ଓପିଡି ସେବା ଆଜି ବନ୍ଦ କରାଯାଇଛି। ଜରୁରିକାଳୀନ ସେବା ଓ କୋଭିଡ ଡ୍ୟୁଟି ଜାରି ରହିବ। କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରୁଛନ୍ତି ଡାକ୍ତରମାନେ। ଘଟଣାରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ତଦନ୍ତ ନିର୍ଦ୍ଦେଶ ଦେବା ସହ, ସମ୍ମୁଖ ଯୋଦ୍ଧାଙ୍କ ଉପରେ ଏପରି ନିର୍ଯାତନାକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି।

Latest Posts

Don't Miss