ଜାଣନ୍ତୁ କର୍କଟ ରୋଗ ସହ ଜଡ଼ିତ ଏହି ୯ଟି ଗୁରୁତ୍ତ୍ୱପୂର୍ଣ୍ଣ କଥା..

1 min read

ନୂଆଦିଲ୍ଲୀ: କର୍କଟ କାରଣରୁ ପ୍ରତିବର୍ଷ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ବରଣ କରୁଛନ୍ତି । ଲୋକଙ୍କୁ ଏହି ଭୟଙ୍କର ରୋଗରୁ ରକ୍ଷା କରିବା ପାଇଁ ସର୍ବଭାରତୀୟ ସ୍ତରରେ ବ୍ୟାପକ ଅଭିଯାନ ମଧ୍ୟ ଚାଲିଛି । ଏହା ସତ୍ତ୍ୱେ ପ୍ରତ୍ୟେକ ଲୋକଙ୍କୁ କର୍କଟ ରୋଗ ବିଷୟରେ ଅବଗତ କରାଇବା କଷ୍ଟକର ହୋଇପଡ଼ୁଛି । ତେବେ ଆସନ୍ତୁ ଜାଣିବା କର୍କଟ ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ..

  • କର୍କଟ ବା କ୍ୟାନ୍ସର ଶବ୍ଦଟି ଲାଟିନ୍ ଭାଷା ‘କ୍ରାବ’ ରୁ ନିଆଯାଇଛି ଯାହାର ଅର୍ଥ ହେଉଛି କଙ୍କଡ଼ା । ପ୍ରାରମ୍ଭରେ, ଯେତେବେଳେ ଡାକ୍ତରମାନେ ଶରୀରର ମୁଖ୍ୟ ଅଙ୍ଗ ଏବଂ ଶିରରେ ଏହି ରୋଗ ଚିହ୍ନଟ କଲେ, ସେମାନେ ଏହାର ଆକୃତିକୁ ଏକ କଙ୍କଡ଼ା ସଦୃଶ ବୋଲି ସ୍ପଷ୍ଟ କରିଥିଲେ । ସେବେଠାରୁ ଏହି ରୋଗର ନାମ କର୍କଟ ବା କ୍ୟାନ୍ସର ନାମରେ ନାମିତ କରାଗଲା ।
  •  କର୍କଟ ରୋଗର ପୁରାତନ ପ୍ରମାଣ ଇଜିପ୍ଟୀୟ ସଭ୍ୟତାରେ ମିଳିଥାଏ । ଖ୍ରୀଷ୍ଟପୂର୍ବ ୧୬୦୦ ଏଡବିନ୍ ସ୍ମିଥ୍ କାଗଜପତ୍ରରେ ଏହାର ପ୍ରମାଣ ମିଳିଛି । ଏହି ପ୍ରମାଣ ଅନୁଯାୟୀ, ଇଜିପ୍ଟୀୟମାନଙ୍କ ଠାରେ ପ୍ରଥମେ ସ୍ତନ କର୍କଟ ଚିହ୍ନଟ କରାଯାଇଥିଲା । ଯଦିଓ ସେବେ ଏହାର କୌଣସି ଚିକିତ୍ସା ନ ଥିଲା ।

  • ପ୍ରତିବର୍ଷ ଫୁସଫୁସ କର୍କଟରେ ସର୍ବାଧିକ ମୃତ୍ୟୁ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଧୂମପାନ ଅପେକ୍ଷା ଇନଡୋର ଟ୍ୟାନିଂ ହେତୁ ଚର୍ମ କର୍କଟ ରୋଗ ଅଧିକ ହୋଇଥାଏ । ଏକ ରିପୋର୍ଟ ଅନୁଯାୟୀ, ଆମେରିକାରେ ପ୍ରତିବର୍ଷ ୪ ଲକ୍ଷରୁ ଅଧିକ ଲୋକ ଚର୍ମ କର୍କଟରେ ଆକ୍ରାନ୍ତ ହୋଇଥାନ୍ତି ।
  • କର୍କଟ ବିଶେଷଜ୍ଞମାନେ କହିଛନ୍ତି ଯେ, ସମସ୍ତ କର୍କଟ ପୀଡ଼ିତଙ୍କ ମଧ୍ୟରୁ ଅର୍ଦ୍ଧେକ କର୍କଟ ପୀଡିତ ରୋଗୀଙ୍କ ଚିକିତ୍ସା ସମ୍ଭବ। ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଭିନ୍ନ ଭିନ୍ନ ପ୍ରକାର କର୍କଟ ରୋଗରେ ମୃତ୍ୟୁ ବରଣ କରୁଛନ୍ତି । ଏହି ମୃତ୍ୟୁଗୁଡିକର ୮୦ପ୍ରତିଶତ ସ୍ୱଳ୍ପ କିମ୍ବା ମଧ୍ୟମ ଆୟ ଦେଶଗୁଡ଼ିକରେ ଦେଖିବାକୁ ମିଳିଥାଏ ।
  • କର୍କଟ ଏକମାତ୍ର ରୋଗ ନୁହେଁ ବରଂ ଏହା ଅନେକ ପ୍ରକାରର ହୋଇଥାଏ । ୧୦ ବର୍ଷର କଠିନ ପରିଶ୍ରମ ପରେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, କର୍କଟ ରୋଗ ୨୦୦ରୁ ଅଧିକ ପ୍ରକାର ରହିଛି ।

  • ଭୂତଳେ ରହୁଥିବା ଆଫ୍ରିକୀୟ ମୂଷାଙ୍କ ଶରୀରରେ ହାୟାଲୁରୋନାନ୍ ନାମକ ଉପାଦାନ ମିଳିଥାଏ । ଯାହା ଶରୀରରେ ଏକ ଲବ୍ରିକେଣ୍ଟ ଭାବରେ କାର୍ଯ୍ୟ କରିଥାଏ । ତେବେ କର୍କଟ ରୋଗକୁ ବୈଜ୍ଞାନିକମାନଙ୍କର ଏହି ଆବିଷ୍କାର ଭବିଷ୍ୟତରେ କର୍କଟ ରୋଗର ଚିକିତ୍ସାରେ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହୋଇପାରେ ।
  • କିଛି ଲୋକ କ୍ୟାନ୍ସରର ଅର୍ଥ କେବଳ ମୃତ୍ୟୁ ବୋଲି ଭାବିଥାନ୍ତି କିନ୍ତୁ ଏହା ସମ୍ପୂର୍ଣ୍ଣ ଠିକ୍ ନୁହେଁ । ସମ୍ପୂର୍ଣ୍ଣ ବିଶ୍ୱରେ ୨କୋଟି ୮୦ ଲକ୍ଷରୁ ଅଧିକ କ୍ୟାନ୍ସର ରୋଗୀ ମଧ୍ୟ ମାନନ୍ତି ଯେ, ଏହି ରୋଗରୁ ମୁକ୍ତି ମିଳିପାରିବ ।

  • ଆପଣ ଜାଣନ୍ତି କି କର୍କଟ ରୋଗ ବଢିବାର କେବଳ ୫ରୁ ୧୦ ପ୍ରତିଶତ ସମ୍ଭାବନା ରହିଥାଏ । ଆନୁବଂଶିକ କ୍ୟାନ୍ସର ବ୍ୟତୀତ ଧୂମପାନ, ମଦ୍ୟପାନ, ମେଦ ବହୁଳତା, ଜୀବନ ଜାପନ କରିବାର ପ୍ରକ୍ରିୟା କ୍ୟାନ୍ସର ହେବାର ଆଶଙ୍କାକୁ ଅଧିକ ବଢାଇଥାଏ ।
  • ସ୍ତନ କର୍କଟ ବିଷୟରେ ଲୋକମାନେ ଅନେକ କଥା ଜାଣି ନାହାଁନ୍ତି । ଅଧିକାଂଶ ମହିଳା ବାମ ପାର୍ଶ୍ୱରେ ସ୍ତନ କର୍କଟ ରୋଗ ହେଉଥିବା ଅଭିଯୋଗ କରନ୍ତି । ବାମ ପାର୍ଶ୍ୱରେ ସ୍ତନ କର୍କଟ ହେବାର ଆଶଙ୍କା ଡାହାଣ ପାର୍ଶ୍ୱଠାରୁ ୫-୧୦ ଗୁଣ ଅଧିକ ରହିଥାଏ ।

 

Leave a Reply