ବାତ୍ୟା ପରେ ଜେନେରଟର ନଲଗାଇବାକୁ ପରାମର୍ଶ

ଭୁବନେଶ୍ୱର: ୨୬ ତାରିଖରେ ସ୍ଥଳ ଭାଗ ଛୁଇଁବ । ତେବେ ବାତ୍ୟାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଏସଆରସି। ବାତ୍ୟା ପରେ କରେଣ୍ଟ କଟିଯାଇଥାଏ । ଗଛପତ୍ର ପଡି ସବୁକିଛି ବିପର୍ଯ୍ୟସ୍ଥ ହୋଇଥାଏ । କିନ୍ତୁ ବାତ୍ୟା ସରିବା ପରେ ଅର୍ଥାତ ପବନ, ବର୍ଷା କମିବା ପରେ ଅଧିକାଂଶ ଲୋକେ ଜେନେରେଟର ଲଗାଇଥାନ୍ତି। ଯଦ୍ୱାରା ବ୍ୟାକ୍ କରେଣ୍ଟ ଯାଏ, ଏବଂ ବିଦ୍ୟୁତ୍‌ କର୍ମଚାରୀ ମୃତାହତ ହୁଅନ୍ତି। ତେଣୁ ବାତ୍ୟା ପରେ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଜେନେରେଟର ନଲଗାଇବାକୁ ପରାମର୍ଶ ଦେଅଛନ୍ତି ଏସଆରସି ପ୍ରଦୀପ ଜେନା।

ସେପଟେ ଶକ୍ତି ବିଭାଗ ପକ୍ଷରୁ 12 ହଜାର କର୍ମଚାରୀ ମୁତୟନ ଅଛନ୍ତି। ପିଇବା ପାଣିର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି । ବାତ୍ୟାଞ୍ଚଳରେ ମୋଟ 52 ଏନଡିଆରଏଫ ଟିମ, 50ରୁ 60 ଓଡ୍ରାଫ ଓ 200ଟି ଫାୟାର ଟିମ ମୁତୟନ ପାଇଁ ଯୋଜନା କରାଯାଇଥିବା ଏସ୍‌ଆର୍‌ସି ସୂଚନା ଦେଇଛନ୍ତି । 35ଟି ଟ୍ରି କଟର ଟିମ ପ୍ରସ୍ତୁତ ଅଛନ୍ତି ।

ପୂର୍ତ୍ତ ବିଭାଗ ପକ୍ଷରୁ 165ଟି ସ୍ପେଶାଲାଇଜିଡ୍‌ ଇଂଜିନିୟରିଂ ଟିମ ଗଠନ କରାଯାଇଛି । ଏମାନେ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ 330ଟି ଟିମ ଓ ଜଳସମ୍ପଦ ବିଭାଗ ପକ୍ଷରୁ 100 ଟିମ ଗଠନ କରାଯାଇଥିବା ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

Leave a Reply