କରୱାଚୌଥରେ କରନ୍ତୁ ନାହିଁ ଏହି ୧୦ଟି ଭୁଲ
1 min readସବୁ ସଧବା ମହିଳାଙ୍କ ପାଇଁ ଏହି କରୱାଚୌଥ୍ ବ୍ରତର ରହିଛି ଏକ ବିଶେଷ ମହତ୍ୱ । ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରି ମହିଳା ମାନେ ଏହି ବ୍ରତ ପାଳନ କରିଥାଆନ୍ତି । ଏହି ଦିନ ବ୍ରତଧାରୀ ମହିଳାମାନେ ନିର୍ଜଳା ଉପବାସ ରଖିବା ସହ ସଂଧ୍ୟାରେ ଚନ୍ଦ୍ର ଉଦୟ ହେଲା ପରେ ହିଁ ବ୍ରତ ପୂରା ହୋଇଥାଏ । ସୂର୍ଯ୍ୟ ଉଦୟ ପୂର୍ବରୁ ଆରମ୍ଭ ହେଉଥିବା ବ୍ରତ, ଚନ୍ଦ୍ର ଉଦୟରେ ଶେଷ ହୋଇଥାଏ । ଏହି କରୱାଚୌଥ୍ ବ୍ରତ ଖୁବ ନିୟମ ଓ ସାବଧାନର ସହ ରଖାଯାଏ । କିନ୍ତୁ ବ୍ରତ ଦିନ ଯଦି ଏହି ୧୦ଟି ଭୁଲ ହୁଏ ତେବେ ବ୍ରତ ସଫଳ ହୁଏ ନାହିଁ । ଚାଲନ୍ତୁ ଜାଣିବା କଣ ଏହି ୧୦ଟି ଭୁଲ ଯାହାକୁ କେବେ ବି ଏହି କରୱାଚୌଥରେ କରିବେ ନାହିଁ ।….
(୧) ବ୍ରତ ଦିନ ବ୍ରତଧାରୀ ମାନେ କେବେ ହେଲେ ଡେରି ପର୍ଯ୍ୟନ୍ତ ଶୋଇବା କଥା ନୁହେଁ । କାରଣ ସୂର୍ଯ୍ୟଉଦୟ ପୂର୍ବରୁ ହିଁ ଆରମ୍ଭ ହୋଇଯାଏ ବ୍ରତ ପାଳନ ।
(୨) ସର୍ଗୀ ବ୍ୟତୀତ ଏହି ଦିନ ଅନ୍ୟ କିଛି ଭୋଜନ କରିବା କଥା ନୁହେଁ । ଶାଶୁ କିମ୍ବା ସ୍ୱାମୀଙ୍କ ଦ୍ୱାରା ବ୍ରତ ପୂର୍ବରୁ ଦିଆଯାଇଥିବା ମିଠା, ଶାଢୀ ଓ ଶୃଙ୍ଗାର ସାମଗ୍ରୀକୁ ସର୍ଗୀ କୁହନ୍ତି । ଏହାକୁ ଖୁବ ଶୁଭ ବୋଲି କୁହାଯାଏ ।
(୩) ପୂଜା ପାଠ ବା ବ୍ରତରେ କଳା କିମ୍ବା ବ୍ରାଉନ ରଙ୍ଗର ବସ୍ତ୍ର ପରିଧାନ କରିବା ଅଶୁଭ ବୋଲି କୁହାଯାଏ । ତେଣୁ ଏହି ଦିନ ଲାଲ ରଙ୍ଗର ଶାଢୀ ପିନ୍ଧିବା ଶୁଭ ହୁଏ ।
(୪)ଏହି ଦିନ ଖୁବ ନିଷ୍ଠା ଓ ଏକାଗ୍ରତାର ସହ ବ୍ରତ ପାଳନ କରିବା କଥା । ମହିଳା ମାନେ ଏହି ବ୍ରତ ଦିନ ଟିଭି ଦେଖିବା ଓ ବାହାରକୁ ବୁଲି ନ ଯାଇ ଭଗବାନଙ୍କ ନିକଟରେ ଭଜନ କୀର୍ତ୍ତନ କରିବା କଥା ।
(୫) ଏହି ଦିନ ଘରେ ଶୋଇଥିବା କୌଣସି ବି ବ୍ୟକ୍ତିଙ୍କୁ ନିଦରୁ ଉଠାଇବା ଅନୁଚିତ । ମାନ୍ୟତା ଅନୁସାରେ କରୱାଚୌଥ ଦିନ ନିଦରେ ଶୋଇଥିବା ବ୍ୟକ୍ତିଙ୍କୁ ନିଦରୁ ଉଠାଇବା ଅଶୁଭ ହୁଏ ।
(୬) ବ୍ରତଧାରୀ ମହିଳା ମାନେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଉଚିତ । ଏହି ଦିନ ଘରର ଗୁରୁଜନ ବା ଅନ୍ୟ କାହାର ଅପମାନ କରନ୍ତୁ ନାହିଁ ।
(୭) ଖାସ କରି ନିଜ ସ୍ୱାମୀଙ୍କ ସହ କେବେ ହେଲେ ଝଗଡା କରନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ କରୱାଚୌଥରେ ସ୍ୱାମୀଙ୍କ ସହ ଝଗଡା କଲେ ବ୍ରତର ଫଳ ମିଳି ନଥାଏ ।
(୮) ବ୍ରତ ଦିନ ନିଜ ଶୃଙ୍ଗାର ସାମଗ୍ରୀ ଅନ୍ୟ କୌଣସି ମହିଳାଙ୍କୁ ଦିଅନ୍ତୁ ନାହିଁ । କିମ୍ବା ଆଉ କାହାର ସାମଗ୍ରୀ ବି ବ୍ୟବହାର କରନ୍ତୁ ନାହିଁ ।
(୯) କରୱାଚୌଥ ଦିନ ଧଳା ଜିନିଷ ଦାନ କରନ୍ତୁ ନାହିଁ । ଯେମିତିକି ଧଳା ବସ୍ତ୍ର, କ୍ଷୀର, ଦହି, ଧଳା ମିଠା କାହାକୁ ବି ଦିଅନ୍ତୁ ନାହଁ ।
(୧୦) ଏହି ଦିନ କିଛି ମୁନିଆ ଜିନିଷ ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ । ଛୁଞ୍ଚି ସୂତା ସିଲେଇ, ବଟମ ଲଗାଇବା ପରି କାମ କରନ୍ତୁ ନାହିଁ । ')}