ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ DMK ସାଂସଦ କାନିମୋଝି କରୁଣାନିଧି

1 min read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡିଏମକେ ସଂସଦୀୟ ଦଳ ନେତା କାନିମୋଝି କରୁଣାନିଧୀ  । ନବୀନ ନିବାସରେ ଡିଏମକେ ସଂସଦୀୟ ଦଳ ନେତା କାନିମୋଝି ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି  । ମୁଖ୍ୟମନ୍ତ୍ରୀଙ୍କୁ କାନିମୋଝି ସାକ୍ଷାତ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିୟାନ ଉପସ୍ଥିତ ରହିଥିଲେ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାନିମୋଝି ଭେଟିବା ସହ ଦୁଇ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ   ।

ଏହି ଅବସରରେ ସେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । NEETରେ ଗ୍ରାମାଞ୍ଚଳର ଗରିବ ଛାତ୍ରଛାତ୍ରୀଙ୍କ ସମସ୍ୟା ନେଇ ଚିଠିରେ ଉଲ୍ଲେଖ କରାଯାଇଛି । ସବୁବର୍ଗର ପିଲାଙ୍କୁ ଜାତୀୟ ପ୍ରବେଶିକା ପରୀକ୍ଷାରେ ସୁଯୋଗ ଦେବାକୁ ଦାବି କରାଯାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗ କେନ୍ଦ୍ର ନିକଟରେ ଉଠାଇଥିଲେ । NEETରେ ସବୁସ୍ତରର ଛାତ୍ରଛାତ୍ରୀ ଭାଗ ନେଇପାରୁ ନାହାନ୍ତି । ଏପରିକି IIT ଓ UPSC ପରୀକ୍ଷାରେ ମଧ୍ୟ ସମାନ ସମସ୍ୟା ହେଉଛି । ଏଣୁ ସବୁବର୍ଗର ପିଲାଙ୍କୁ ଜାତୀୟ ପ୍ରବେଶିକା ପରୀକ୍ଷାରେ ସୁଯୋଗ ମିଳିବା ନେଇ ଦାବି ଉଠିଛି ।

Leave a Reply