ଦୀପାବଳି ପୂର୍ବରୁ ସତର୍କ କରାଇଲେ ଡିଏମ୍‌ଇଟି: କହିଲେ, ଏହି ସବୁ କାରଣରୁ ବାଣ ଫୁଟାଇବା ଅନୁଚିତ

1 min read

ଭୁବନେଶ୍ୱର: ବାଣ ଫୁଟିଲେ ବଢ଼ିବ କରୋନା । ବାଣ ଫୁଟାଇଲେ ନାଇଟ୍ରିକ ଡାଇ-ଅକ୍ସାଇଡ ବାହାରିଥାଏ, ଯାହାକି କରୋନା ଭୂତାଣୁ ଅଭିବୃଦ୍ଧିରେ ସାହାଯ୍ୟ କରେ । ଏହାଦ୍ବାରା ସଂକ୍ରମଣ ମଧ୍ୟ ବଢିଥାଏ । ଦୀପାବଳି ପୂର୍ବରୁ ଡିଏମଇଟି ଡାକ୍ତର ସି.ବି.କେ ମହାନ୍ତି ଏପରି ସତର୍କ କରାଇଛନ୍ତି । ଏହି ସମୟରେ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଡିଏମଇଟି ନିର୍ଦ୍ଦେଶକ କହିଛନ୍ତି, କରୋନା ରହିବା ଚିନ୍ତାଜନକ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ସତର୍କ ରହିବା ଆବଶ୍ୟକ। ଏବେ ପାର୍ବଣର ସମୟ ଚାଲିଛି । ଆଗକୁ ଅଛି ଦୀପାବଳି । ଏହି ସମୟରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ଅଛି ।

ଅପରପକ୍ଷରେ ରାଜ୍ୟରେ ସବୁଜ ବାଣ ବିକ୍ରି ନିଷ୍ପତ୍ତି ନେବେ ସ୍ୱତନ୍ତ୍ର ରିଲିଫ କମିଶନର । ସବୁଜ ବାଣ ବିକ୍ରି ଅନୁମତି ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଏହା କହିଛନ୍ତି। ଆସନ୍ତାକାଲି ସକାଳ ୧୧ଟାରେ ଏସ୍ଆରସି, ବ୍ୟବସାୟୀଙ୍କ ଆବେଦନ ଉପରେ ଶୁଣାଣି କରିବେ । ଶୁଣାଣି ସମୟରେ ସୁପ୍ରିମକୋର୍ଟ ଓ ଜାତୀୟ ଗ୍ରୀନ ଟ୍ରିବୁନାଲଙ୍କ ନିର୍ଦେଶାବଳୀ ଏବଂ କୋଭିଡ୍‌ ପ୍ରୋଟୋକଲକୁ ଦୃଷ୍ଟିରେ ରଖିବାକୁ ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ଦିନ ୧୧ଟାରୁ ଆରମ୍ଭ କରି ଦିନ ଗୋଟାଏ ମଧ୍ୟରେ ଶୁଣାଣି ଶେଷ କରିବାକୁ କୁହାଯାଇଛି ।ଶୁଣାଣି ପରେ ଆସନ୍ତା ସୋମବାର ସାଢ଼େ ୧୦ଟା ସୁଦ୍ଧା ନିଷ୍ପତ୍ତି ସମ୍ପର୍କିତ ରିପୋର୍ଟ ହାଇକୋର୍ଟରେ ଏସଆରସି ଦାଖଲ କରିବେ । ସେହିଦିନ ହାଇକୋର୍ଟ ମାମଲାର ଚୂଡ଼ାନ୍ତ ଶୁଣାଣି କରିବେ ବୋଲି କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: କୁବେର କନେଷ୍ଟବଳ: ୧୯ ଘଣ୍ଟାର ରେଡ୍, ୫ କୋଟିରୁ ଅଧିକ ସମ୍ପତ୍ତି ଠାବ

 

 

 

Leave a Reply