ମୋତେ ଭଲ ନପାଅ ପଛେ, ଥରେ ମୋ ଡେଥ୍ ବଡିକୁ ଦେଖି ଆସିବ…
1 min readନନ୍ଦିଘୋଷ ବ୍ୟୁରୋ: ମୃତ୍ୟୁ ପୂର୍ବର କିଛି ମୂହୂର୍ତ୍ତ । କିଛି ସେକେଣ୍ଡ । ବିକଳ ହୃଦୟର କେଇପଦ ବାର୍ତ୍ତା । ପ୍ରେମିକାର ସ୍ମୃତି ଓ ବିରହର ଯନ୍ତ୍ରଣା ଭିତରେ ବିଦାରୀ ହେଉଥିବା ମୃତ୍ୟୁଗାମୀ ମନର ଅନ୍ତିମ କଥା । ପ୍ରେମିକା ମେଲକୁ ଏଥିଲା ଆଜେକ୍ସଙ୍କ କିଛି ଶେଷ ଫଟୋ । ଆଖିରୁ ଲୁହ ଝରୁଛି, ଆଉ ହୃଦୟରୁ ବିଫଳ ପ୍ରେମର ରକ୍ତ । ଯେଉଁ ଫଟୋ ସୁଇସାଇଡର ଜଷ୍ଟ କିଛି ସେକେଣ୍ଡ ପୂର୍ବରୁ… । ଯିଏ ମରିବା ପୂର୍ବରୁ ବି ପ୍ରେମିକାକୁ ସ୍ୱାନ୍ତନା ଦେଇ ଯାଉଛନ୍ତି । ଆଉ କହୁଛନ୍ତି କିଛି ସମୟ ପରେ ମୁଁ ନଥିବି । କିନ୍ତୁ ଥିବ ମୋର କେଇଟି ଫଟୋ । କିଛି ସ୍ମୃତି । ପ୍ଲିଜ ମୋ କଥା ରଖିବ । ମୋତେ ଭଲ ନପାଅ ପଛେ, ଥରେ ମୋ ଡେଥ୍ ବଡିକୁ ଦେଖି ଆସିବ । ମୋତେ ଶେଷ ଥର ପାଇଁ ହକ୍ ଟିକେ କରିବ । କାନ୍ଦିବନି…
ମୈଁ ହମାରା ପ୍ୟାର କେ ଲିୟେ ଜାନ୍ ଭି ଦେ ସକତା ହୁଁ । ଦେଖୋ ଜାନ୍ ଦେ ଦିୟା । ମେଲ୍ ଦେଖି ଭାବିବନି ଆଜେକ୍ସର ଭୂତ ତୁମକୁ ମେଲ କରିଛି । ସବୁ ଦିନ ପାଇଁ ଏ ଦୁନିଆ ଛାଡି ଯାଉଛି । ମୋ ସାଙ୍ଗରେ ତ ଏମିତି କେବେ ଦେଲନି । ମୁଁ ପାଗଳ ପରି କାନ୍ଦୁଛି । ଲାଷ୍ଟ ୱିକରୁ ମୁଁ ଡେଲି କାନ୍ଦୁଛି । ନା ଭୋକ ଲାଗୁଛି, ନା ନିଦ ହେଉଛି । ତୁମେ ତମ ପ୍ରେମରେ ଭଲରେ ଥିବ । । ତମେ କହିଥିଲ ନା ତୁ ଭୂତ ହେଇଯା। ସତରେ ଭୂତ ହେଇଗଲି । ହଁ ମୁ ଲୁଜର ମୁଁ ମରି ଯାଉଛି । ତମକୁ ସବୁ କିଛି ଭାବିଥିଲି ବହୁତ ଲଭ କଲି । ଏବେ ମରି ଯାଉଛି , ଖାସ୍ ତମ ପାଇଁ । I Hope ଏବେ ତମେ ବୁଝି ପାରିବ How Much I Love U… ଏଥିଲା ପ୍ରେମିକାକୁ ଆଜେକ୍ସଙ୍କ ମେଲରେ ମେସେଜ ।
ସେଦିନ ସଂଧ୍ୟାରେ ଅମା ଅନ୍ଧାକାର ଭୁବନେଶ୍ୱର । କାଳ ଝଡର ମାଡ଼ରେ କଟିଯାଏ କରେଣ୍ଟ। ଆଉ କାଳ କୋଠରୀ ଭିତରେ ପ୍ରେମିକାକୁ ଏମିତି ଗୋଟେ ପରେ ଗୋଟେ ବିରହର ଶେଷ ମେସେଜ କରୁଥାନ୍ତି ଡିଜେ ଆଜେକ୍ସ । ପ୍ରେମିକାର ଅଣଦେଖାକୁ ସହ୍ୟ କରିପାରୁନଥିଲେ ଆଜେକ୍ସ । ନା ସହି ପାରୁଥିଲେ ଅନ୍ୟ ପୁଅ ସହ ବାନ୍ଧବୀଙ୍କ ନିବିଡତାକୁ । ପ୍ରେମ ଅନ୍ଧ । ସତରେ ଅନ୍ଧ । ସେଥିପାଇଁ ତ କେହି ଜଣେ କହିଛନ୍ତି.. Love Makes Or Breakes । ପ୍ରେମ ଉଛୁଳା ନଦୀର ଉତୁଙ୍ଗ ଜୁଆର । ପ୍ରେମ ଏକ ସୀମିତ ରାତିର ଅସରନ୍ତି ସ୍ୱପ୍ନ ପରି । କେବେ ତୃଷ୍ଣା ମେଣ୍ଟଉ ମେଣ୍ଟଉ ମରୀଚିକା ପାଲଟିଯାଏ । ତ, କେବେ ପୁଣି ନିଦାଘ ଖରାର ସ୍ନିଗ୍ଧ ମଳୟ ସାଜି, ଅଳୀକ ସୁଖରେ ଜୀବନ ବ୍ୟାପି ବିରହ ଲେଖିଯାଏ । ଆଉ ଯେଉଁ ବିରହର ବହ୍ନିରେ ଝାସ ଦେଇଗଲେ ଅକ୍ଷୟ କୁମାର ମହାରଣା ବା ଜିଡେ ଆଜେକ୍ସ ।