ଶୋ ପୂର୍ବରୁ ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା, ମୃତ୍ୟୁର କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ଶୋ ପୂର୍ବରୁ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ଆତ୍ମହତ୍ୟା ଅଭିଯୋଗ । ଗତକାଲି ସନ୍ଧ୍ୟାରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ବେଡ୍ ସିଟରେ ଝୁଲି ପଡ଼ିଥିବା ବେଳେ କବାଟ ଭାଙ୍ଗି ଉଦ୍ଧାର କରି ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଭୁବନେଶ୍ୱର ଖାରବେଳନଗର ଅଂଚଳରେ ରହୁଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । କୌଣସି ମାନସିକ ଚାପରେ ଥିଲେ କି ଆଜେକ୍ସ । ସେଥିପାଇଁ ଚରମ ନିଷ୍ପତ୍ତି ନେଲେ । ଶେଷଥର ପାଇଁ ଗତକାଲି ସନ୍ଧ୍ୟା ୭ଟାରେ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ ଆଜେକ୍ସ। କେହି ତାଙ୍କୁ ଡିଷ୍ଟର୍ବ ନକରିବାକୁ କହି ରୁମରେ ଶୋଇଥିଲେ । ଡାକିବାରୁ ନଶୁଣିବାରୁ କବାଟ ଭାଙ୍ଗି ଦେଖିଲେ ଆଜେକ୍ସ ଆତ୍ମହତ୍ୟା କରିସାରିଥିବା ପରିବାରଲୋକ କହିଛନ୍ତି ।