ଦୀପାବଳି ଦିନ କାହିଁକି ଘଣ୍ଟାଏ ପାଇଁ ଖୋଲିଥାଏ ସେୟାର୍ ବଜାର ?

1 min read
Diwali Share Market Mahurat Trading 2021

ମୁମ୍ବାଇ: ଭାରତୀୟ ସେୟାର ବଜାରରେ ଦୀପାବଳି ଦିନ ସ୍ୱତନ୍ତ୍ର କାରବାର ସମୟକୁ ମହୁରତ ଟ୍ରେଡିଂ କୁହାଯାଏ । ଏହା ସାଧାରଣତଃ ଘଣ୍ଟାଏ ପାଇଁ ହୋଇଥାଏ । ସବୁଦିନ ସକାଳ ୯ଟାରୁ ଦିନ ୩ଟା ୩୦ ପର୍ଯ୍ୟନ୍ତ ଟ୍ରେଡିଂ ବା କାରବାର ହେଉଥିବା ବେଳେ ଦୀପାବଳି ଦିନ ମାତ୍ର ଘଣ୍ଟାଏ ପାଇଁ ବଜାର ଓପନ୍ ହୋଇଥାଏ । ଆଜି ପବିତ୍ର ଦୀପାବଳି ଅବସରରେ ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ମଧ୍ୟରେ ମହୁରତ ଟ୍ରେଡିଂ ହୋଇଛି । BSE ଓ NSEରେ ଲିଷ୍ଟିଂ ହୋଇଥିବା କମ୍ପାନୀର ସେୟାରକୁ ଏହି ଘଣ୍ଟାଏ ମଧ୍ୟରେ କାରବାର କରାଯାଇଛି ।

 Diwali Share Market Mahurat Trading 2021

ଉତ୍ତର ଭାରତରେ ହିନ୍ଦୁ ପାଞ୍ଜିର ଆରମ୍ଭ ଏବଂ ନୂଆ ବ୍ୟବସାୟ ବର୍ଷର ପ୍ରଚଳନ ଅନୁସାରେ ପାରମ୍ପରିକ ଭାବରେ ଏହା ହୋଇ ଆସୁଛି । ଦୀପାବଳିରେ ବ୍ୟବସାୟୀମାନେ ନୂଆ ଖାତା ଆରମ୍ଭ କରିଥାନ୍ତି । ଏହାକୁ ସାଙ୍କେତିକ ଭାବେ ନେଇ ସେୟାର ବଜାରରେ ମହୁରତ ଟ୍ରେଡିଂର କଳ୍ପନା କରାଯାଇଛି । ମହୁରତ ଟ୍ରେଡିଂରେ କିଛି ନିବେଶକ ବର୍ଷକର ଯୋଜନା ରଖି ସେୟାରରେ ନୂଆ ନିବେଶ କରିଥାନ୍ତି । ଆଜି କାରବାର କଲେ ବର୍ଷ ତମାମ୍ ସମୃଦ୍ଧି ହେବାର ବିଶ୍ୱାସ ରହିଛି ।

Leave a Reply