ଦୀପାବଳି ପାଇଁ ନବବଧୂ ପରି ସଜେଇ ହେଉଛି ଅଯୋଧ୍ୟା, ରାମଲଲାଙ୍କ ପାଖରେ ଜଳିବ ୯ ଲକ୍ଷରୁ ଅଧିକ ଦୀପ

1 min read

ନୂଆଦିଲ୍ଲୀ: ରାମଲଲାଙ୍କ ପାଇଁ ତିଆରି ହେବ ଭବ୍ୟ ମନ୍ଦିର। ଭୂମିପୂଜା ସରିବା ସହ ଆରମ୍ଭ ହୋଇଛି ନିର୍ମାଣ କାର୍ଯ୍ୟ। ଆଗକୁ ଆସୁଛି ଦୀପାବଳି ଆଉ ସେଥିପାଇଁ ନବବଧୂ ପରି ସଜେଇ ହେଉଛି ପୁରା ଅଯୋଧ୍ୟା। ରଙ୍ଗ ଏବଂ ଆଲୋକ ମାଳାରେ ନିଜକୁ ସଜଉଛି ଅଯୋଧ୍ୟା। ସମଗ୍ର ଅଯୋଧ୍ୟାରେ ସୌନ୍ଦର୍ଯ୍ୟକରଣ ଏବଂ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆରମ୍ଭ ହୋଇଛି। ସମଗ୍ର ସହରକୁ ସୁନ୍ଦର ବୋହୁଟିଏ ପରି ରଙ୍ଗ ଏବଂ ଆେଲୋ ମାଳାରେ ସଜାଯାଇଛି।

ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକର ଫ୍ଲାଏ ଓଭର, ପାର୍କ ଏବଂ ମରାମତି କାର୍ଯ୍ୟ କରାଯାଉଛି। ଯାହାଫଳରେ ଯେତେବେଳେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ, ସେତେବେଳେ ଏହାର ମହାନତା ସମଗ୍ର ଲୋକଙ୍କୁ ଆକର୍ଷିତ କରିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆଜି ଅଯୋଧ୍ୟା କସ୍ତ କରି ସବୁ କାର୍ଯ୍ୟକୁ ତଦାରଖ କରିଛନ୍ତି।

ଦୀପାବଳିରେ ପ୍ରତ୍ୟେକ ମନ୍ଦିର-ମଠରେ ରାମଲଲାଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। କେବଳ ଏତିକି ନୁହେଁ, ପୁରା ଅଯୋଧ୍ୟାକୁ ଆଲୋକିତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଯାହା ଦ୍ୱାରା ପୁରା ଅଯୋଧ୍ୟ ଜକମକ ହୋଇ ଜଳିବ। ସମଗ୍ର ଅଯୋଧ୍ୟାରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିସହ ଏଥର ରାମଲଲା ମଧ୍ୟ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହେବ। ଘାଟ ଠାରୁ ଆରମ୍ଭ କରି ମନ୍ଦିର ଏବଂ ରାସ୍ତାକୁ ପୁରା ଆଲୋକ ମାଳାରେ ସଜାଯିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାମଲଲାଙ୍କ ମନ୍ଦିର ଠାରୁ ୧୫ କିଲୋମିଟର ପରିଧି ପର୍ଯ୍ୟନ୍ତ ଲୋକରେ ସଜାଯିବ। ଖାଲି ସେତିକି ନୁହେଁ ରାମଲଲାଙ୍କ ଜନ୍ମସ୍ଥାନରେ ୯ଲକ୍ଷ ଦୀପ ଲଗାଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

 

Leave a Reply