ଦୀପାବଳି ପାଇଁ ପୁରୀରେ ସ୍ବତନ୍ତ୍ର ଗାଇଡଲାଇନ୍
1 min readପୁରୀ: ଶ୍ରୀକ୍ଷେତ୍ରରେ ଚଳିତବର୍ଷ ଦୀପାବଳି ପାଳନ ନେଇ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି । ଆଲୋକର ପର୍ବକୁ ଆଲୋକରେ ପାଳିବାକୁ ପରାମର୍ଶ ଦିଆଯାଇଛି। ପ୍ରଦୂଷଣ ମୁକ୍ତ ସବୁଜ ବାଣ ବ୍ଯବହାର ପାଇଁ ପ୍ରଶାସନର ପ୍ରସ୍ତାବ । ରାତି ୧୦ଟା ମଧ୍ୟରେ ବାଣ ଫୁଟାଇବା ପାଇଁ ଅନୁମତି ଦିଆଯିବ l ପ୍ରଦୂଷଣ ମୁକ୍ତ ସବୁଜ ବାଣ ବ୍ଯବହାର ସହ ପାରମ୍ପରିକ ଦୀପାବଳି ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ଅନ୍ୟପକ୍ଷରେ ପୁରୀ ତାଳବଣିଆ ପଡିଆ ଠାରେ ସ୍ୱତ୍ୱନ୍ତ୍ର ଅନୁମତି ପ୍ରାପ୍ତ ବାଣ ଦୋକାନ ଖୋଲିବାକୁ ଦିଆଯିବ ଅନୁମତି । ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ଦୀପାବଳି ପାଇଁ ଅଗ୍ନିଶମ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି l
ଧାର୍ମିକ ଓ ପାରମ୍ପରିକ ଅନୁସାରେ ଅମାବାସ୍ୟାରେ ମାଟି ଦୀପରେ ଦୀପଦାନ କରି ଦୀପାବଳି ଉତ୍ସବ ପାଳନ କରାଯାଏ । ଶ୍ରୀକ୍ଷେତ୍ରରେ ଚଳିତବର୍ଷ ନରେନ୍ଦ୍ର କୋଣରେ ଘଟିଥିବା ବାଣ ଅଘଟଣ ଲୋକଙ୍କ ମନରୁ ଲିଭିନାହିଁ । ତେଣୁ ଚଳିତ ବର୍ଷ ବାଣ ନଫୁଟାଇ ଦୀପଦାନ କରି ଦୀପାବଳି ପାଳନ କରିବାକୁ ଶ୍ରୀକ୍ଷେତ୍ରବାସୀଙ୍କୁ ଅନୁରୋଧ ନିବେଦନ କରିଛନ୍ତି କୁମ୍ଭକାର । ଅନ୍ୟପଟେ ଏପରି ଅଘଟଣ ପରେ ପୁରୀରେ ବାଣ ବିକ୍ରି ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିବାରୁ ନିନ୍ଦା କରିଛନ୍ତି ବୁଦ୍ଧିଜୀବୀ ।