ଦୀପାବଳି ଆଣିପାରେ ବଡ଼ ବିପଦ ! ବାଣ ଫୁଟିଲେ ବଢ଼ିବ କରୋନା ସଂକ୍ରମଣ…

1 min read
Crackers

ଭୁବନେଶ୍ୱର: ଦୀପାବଳି ଆଣିପାରେ ବଡ଼ ବିପଦ । ବାଣଜନିତ ପ୍ରଦୂଷଣ ଯୋଗୁ କରୋନା ସଂକ୍ରମଣ ବଢ଼ିବା ସହ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ପୁଣି ଆକ୍ରାନ୍ତ ହେବାର ଆଶଙ୍କା ଅଛି । କରୋନା ମହାମାରୀକୁ ଗୁରୁତର ରୂପ ଦେଇପାରେ ଦୀପାବଳିର ପ୍ରଦୂଷଣ । ଏନେଇ କେନ୍ଦ୍ର ସରକାରଙ୍କୁ ଏନ୍‌ଜିଟି ନୋଟିସ କରିଛି । ତେଣୁ ଏବର୍ଷ ଦୀପାବଳିରେ ବାଣ ନଫୁଟାଇବା ପାଇଁ ପରିବେଶବିତ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

Crackersଦୀପାବଳିରେ ବାଣଫୁଟାକୁ ଅନୁମତି ମିଳିଲେ ପ୍ରଦୂଷଣ ମାତ୍ରା ୫୦ ପ୍ରତିଶତ ବଢ଼ିଯିବ । ଫଳସ୍ୱରୂପ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିବ । ଯେଉଁମାନେ କରୋନାରୁ ସୁସ୍ଥ ହୋଇଛନ୍ତି, ସେମାନଙ୍କ ଫୁସ୍‌ଫୁସ୍ ‌ଜନିତ ସମସ୍ୟା ଦେଖାଦେଇପାରେ । ସେମାନେ ପୁଣି ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ଏଭଳି ଆଶଙ୍କା କରି କେନ୍ଦ୍ର ସରକାରଙ୍କୁ ଜାତୀୟ ଗ୍ରୀନ୍‌ ଟ୍ରିବୁନାଲ-ଏନ୍‌ଜିଟି ନୋଟିସ୍‌ କରିଛି । ଏବର୍ଷ ଦୀପାବଳିରେ ବାଣ ନଫୁଟାଇବାକୁ ଡାକ୍ଟର ପରାମର୍ଶ ଦେଇଛନ୍ତି ।

ଦୀର୍ଘ ୭ ମାସର କଠିନ ପରିଶ୍ରମ ପରେ ରାଜ୍ୟରେ କରୋନା ସଂକ୍ରମଣର ପାରା କମିଛି । ଗତ ମାର୍ଚ୍ଚ ମାସଠାରୁ ସମସ୍ତ ପାର୍ବଣ ଓ ଉତ୍ସଵ ଉପରେ ଲାଗିଛି ଅଙ୍କୁଶ । ଏବେ ଶୀତ ଋତୁରେ ସଂକ୍ରମଣ ପୁଣି ଶୀର୍ଷକୁ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆତସବାଜି ଜରିଆରେ ବାୟୁମଣ୍ଡଳକୁ ବିଷାକ୍ତ ନକରି ଦୀପାବଳିକୁ କେବଳ ଆଲୋକର ପର୍ବ ଭାବେ ପାଳନ କରିବା ଉଚିତ୍‌ ବୋଲି ପରିବେଶବିତ୍ କହିଛନ୍ତି ।

ବାଣ ଫୁଟାଇବା ଦ୍ୱାରା ଅଧିକ ମାତ୍ରାରେ ନାଇଟ୍ରସ ଅକ୍ସାଇଡ୍‌, ସଲଫର୍‌ ଡାଇଅକ୍ସାଇଡ୍‌, କାର୍ବନ ମନୋକ୍ସାଇଡ୍‌ ଭଳି ରାସାୟନିକ ପଦାର୍ଥ ନିର୍ଗତ ହୋଇଥାଏ । ଯାହା ଶ୍ୱାସ ଜନିତ ରୋଗୀଙ୍କ ଉପରେ ପ୍ରଭାବ ପକାଇଥାଏ । ଏହା ଗୃହ ପୃଥକବାସରେ ଥିବା କୋଭିଡ୍‌ ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ସମସ୍ୟାକୁ ଅଧିକ ବଢାଇଦେବ ।

ତେବେ ୟୁରୋପ୍‌ରେ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହେଲାଣି । ଏଭଳି ସ୍ଥିତିରେ ଦୀପାବଳି ଯେପରି ଲୋକଙ୍କ ଜୀବନକୁ ଅନ୍ଧକାରକୁ ଟାଣି ନନେବ ସେଥିପାଇଁ ସତର୍କ ବହେବାକୁ ପରାମର୍ଶ ଦିଆଯାଇଛି ।

Leave a Reply