ଜିଲ୍ଲା ପରିଷଦ ସଭାପତି ପରେ ସମସ୍ତ ୩୦ଟି ଉପସଭାପତି ଆସନ ହାତେଇଲା ବିଜେଡି

1 min read
District Vice Chairman Elections, BJD Won In All Seats

ଭୁବନେଶ୍ୱର: ରାଜ୍ୟର ୩୦ ଜିଲ୍ଲାରେ ସମସ୍ତ ଜିଲ୍ଲା ପରିଷଦ ସଭାପତି ଆସନ ବିଜେଡି ହାତେଇ ଥିବା ବେଳେ ଜିଲ୍ଲା ପରିଷଦ ଉପସଭାପତି ଆସନ ମଧ୍ୟ ଜିତିଛି । ଆଜି ଅନୁଷ୍ଠିତ ନିର୍ବାଚନରେ ବିଜେଡି ସମସ୍ତ ୩୦ ଜିଲ୍ଲାରେ ଜିଲ୍ଲା ପରିଷଦ ଉପସଭାପତି ଆସନ ହାତେଇଛି । କଳାହାଣ୍ଡି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ଅପ୍ରତିଦ୍ୱନ୍ଦ୍ୱୀରେ ନିର୍ବାଚିତ ହୋଇଛନ୍ତି ସୁଧୀରା ମେହେର । କନ୍ଧମାଳ ଜିଲ୍ଲା ଉପାଧ୍ୟକ୍ଷ ଭାବେ ସାଧବାଣୀ ନାୟକ ନିର୍ଦ୍ଵନ୍ଦ୍ୱରେ ମନୋନୀତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ଗୋପୀନାଥ ମହାରଣା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଉପସଭାପତି ହୋଇଛନ୍ତି କମଲ ଲାକ୍ରା ।

District Vice Chairman Elections, BJD Won In All Seats

ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଉପସଭାପତି ହୋଇଛନ୍ତି ବିଜେଡିର ଝସକେତନ ବଘାରା । ବରଗଡ଼ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ଜୋନ-୩ର ଜିଲ୍ଲା ପରିଷଦ ମୋହନ ଲୁହା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ପୁରୀ ଜିଲ୍ଲାରେ ଜିଲ୍ଲା ପରିଷଦ ଉପସଭାପତି ହୋଇଛନ୍ତି ସ୍ୱାଧୀନ ନାୟକ । ସେହିପରି ଭଦ୍ରକ ଜିଲ୍ଲା ପରିଷଦ ଉପସଭାପତି ହୋଇଛନ୍ତି ବିଜେଡିର ଟୁନିବାଳା ବିଶ୍ୱାଳ । ସେ ନିର୍ଦ୍ୱନ୍ଦ୍ୱରେ ବିଜୟ ଲାଭ କରିଛନ୍ତି ।

District Vice Chairman Elections, BJD Won In All Seats

ଢେଙ୍କାନାଳ ଜିଲ୍ଲା ପରିଷଦ ଉପଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି ବିଳାସିନୀ ସେଠୀ । ସେହିପରି ଦେବଗଡ଼ ଜିଲ୍ଲାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ହୋଇଛନ୍ତି ବର୍ଷାରାଣୀ ମୁଣ୍ଡା । ସେହିପରି ବଲାଙ୍ଗୀର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଭାବେ ବିଜେଡିର ମିଥିଳା ମାଝୀ, ଝାରସୁଗୁଡ଼ା ଜିଲ୍ଲା ପରିଷଦ ଉପସଭାପତି ହୋଇଛନ୍ତି ଅକ୍ଷୟ ସାହୁ । ନବରଙ୍ଗପୁର ଜିଲ୍ଲା ପରିଷଦ ଉପସଭାପତି ଲିପିକା ବାରୋଇ ହୋଇଥିବା ବେଳେ ନୂଆପଡ଼ାରେ ଦୀପିକା କୋଶଲ୍ୟା ଦୀପ ନିର୍ଦ୍ୱନ୍ଦ୍ୱରେ ଜିଲ୍ଲାପରିଷଦ ଉପାଧକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି ।