ଲାଞ୍ଚ ନେଇ ଧରାପଡ଼ିଲେ ପୁଷ୍ପାଙ୍ଗିନୀ, ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ଠୁ ନେଉଥିଲେ ୩୧ ହଜାର

1 min read

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟର ଜେଣ୍ଡର କୋ-ଅର୍ଡିନେଟର ପୁଷ୍ପାଙ୍ଗିନୀ ଯୋଶୀ  । ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ପୁଷ୍ପାଙ୍ଗିନୀ । 31 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍ କରିଥିଲା ଭିଜିଲାନ୍ସ । ପାଟଣାଗଡ଼ ବ୍ଲକ ସୋଲବନ୍ଧ କସ୍ତୁରବା ଗାନ୍ଧୀ ଆଶ୍ରମ ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ମିତ୍ରଭାନୁ ମାଝୀଙ୍କ ଠାରୁ ଲାଞ୍ଚ ନେଉଥିଲେ ପୁଷ୍ପାଙ୍ଗିନୀ ।

ୟୁଟିଲାଇଜେସନ ସାର୍ଟିଫିକେଟ ଓ ଏନଓସି ପାଇଁ ୩୧ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ପୁଷ୍ପାଙ୍ଗିନୀ । ଆଜି ଲାଞ୍ଚ ଦେବାବେଳେ ପୁଷ୍ପାଙ୍ଗିନୀଙ୍କୁ ଧରିବା ସହିତ ଗିରଫ କରିଛି ଭିଜିଲାନ୍ସ । ତାଙ୍କ ଭଡ଼ା ଘର ସହିତ ନୂଆପଡା ଜିଲ୍ଲାର ସଦର ମହକୁମା ଠାରେ ଥିବା ବାସଭବନରେ ଭିଜିଲାନ୍ସର ଦୁଇଟି ଟିମ ଚଢାଉ କରି ତଦନ୍ତ ଆରମ୍ଭ କରିଛି ।