କିଶୋର ଅବସ୍ଥାରେ ଉପୁଜୁଥିବା ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

1 min read

ଭୁବନେଶ୍ବର: ହୋଟେଲ ସୂର୍ଯ୍ୟାଂଶ ଠାରେ ରୁଚିକା ସୋସିଆଲ ସର୍ଭିସ ଅର୍ଗାନାଇଜେସନ ଓ ଚାଇଲଡ ଫଣ୍ଡ ର ମିଳିତ ଆନୁକୂଲ୍ୟରେ District Level Workshop on Adolescent Health Program ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରୁଚିକା ସିଇଓ ଡକ୍ଟର ବେଣୁଧର ସେନାପତି , RSSO ସେକ୍ରେଟାରୀ ଉମା ଶଙ୍କର ସରଙ୍ଗୀ , ଚାଇଲଡ ଫଣ୍ଡ ପ୍ରୋଗ୍ରାମ ସ୍ପେସିଆଲିଷ୍ଟ ମିଷ୍ଟର ସଂଜୀବ ବେହେରା, ଆଡିସନାଲ ଡାଇରେକଟର (ଶିଶୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ) ଡକ୍ଟର ଆଦିତ୍ୟ ମହାପାତ୍ର , NHM କନସୋଲଟାଣ୍ଟ ଚନ୍ଦନେଶ ମିଶ୍ର, RKSK NHM କନସୋଲଟାଣ୍ଟ ଜ୍ଞାନରଞ୍ଜନ ପ୍ରଧାନ, ରତ୍ନାକର ସାହୁ, ଯୋଗ ଦେଇ କିଶୋରୀ ଓ କୈଶୋର ଅବସ୍ଥାରେ ଉପୁଜୁଥିବା ସ୍ୱାସ୍ଥ୍ୟଗତ ସମସ୍ୟା ଓ ଶାରୀରିକ ପରିବର୍ତ୍ତନ, ମାନସିକ ଚିନ୍ତା ଧାରାରେ ହେଉଥିବା ପରିବର୍ତ୍ତନ ସମ୍ବନ୍ଧରେ ଆଲୋଚନା କରିଥିଲେ | ଭୁବନେଶ୍ୱର ଶିଶୁବିକାଶ ମଙ୍ଗଳ ଚାଇଲଡ ଫଣ୍ଡର କାର୍ଯ୍ୟକର୍ତ୍ତା ସୁପ୍ରଭା ମହାନ୍ତି, ଶିଶୁ ଓ କିଶୋର, କିଶୋରୀଙ୍କ ପାଇଁ କରାଯାଉଥିବା କାର୍ଯ୍ୟକ୍ରମ ଓ ତାର ସଫଳ ରୂପାୟନ ବିଷୟରେ ବିବରଣୀ ପ୍ରଦାନ କରିଥିଲେ | ଭୁବନେଶ୍ୱର Urban CDPO ସଂଗୀତା ପାଢ଼ୀ ଓ ବିନୋଦିନୀ ମ୍ୟାମ କିଶୋର ଓ କିଶୋରୀମାନଙ୍କ ଯତ୍ନ କିପରି ନେବେ ଓ ସୁସ୍ଥ ସମାଜ ଗଠନ ପାଇଁ “ସୁସ୍ଥ ମା’ ଓ ସୁସ୍ଥ ଶିଶୁ ପାଇଁ ଦରକାର ସୁସ୍ଥ କିଶୋରୀ ବାଳିକା” ର ଭୂମିକା ବିଷୟରେ ମତବ୍ୟକ୍ତ କରିଥିଲେ | ପରିଶେଷରେ ଅଶ୍ୱିନୀ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।