ଭଦ୍ରକ: ସାମାଜିକ ଗଣମାଧ୍ୟମରେ ମହିଳାଙ୍କୁ ଅଶାଳୀନ ବ୍ୟବହାରକୁ ନେଇ ବଢୁଛି ଅସନ୍ତୋଷ। ଏନେଇ ଥାନାରେ ମାମଲା ସହ ଭଦ୍ରକ BJD ମହିଳା କର୍ମୀଙ୍କ ପକ୍ଷରୁ ସାମ୍ଵାଦିକ ସମ୍ମିଳନୀ ଜରିଆରେ ବିଷୋଦଗାର ପ୍ରକାଶ କରାଯାଇଛି। ମହିଳାଙ୍କ ଅଧିକାର ଉପରେ କଟୁ ମନ୍ତବ୍ୟ ବିଜୁ ଜନତା ଦଳ ସହିନି କି ସହିବ ନାହିଁ। ସୋସିଆଲ ମିଡ଼ିଆରେ ମହିଳାଙ୍କ ଅଧିକାରକୁ ସମାଲୋଚନା କରିଥିବା ଜୈନିକ ଅସାମାଜିକ ଯୁବକ ଉପରେ କାର୍ଯାନୁଷ୍ଠାନ ଲାଗି ଭଦ୍ରକ ଏସପିଙ୍କୁ ଦାବିପତ୍ର ଦିଆଯାଇଛି। ତୁରନ୍ତ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି BJD ମହିଳା।

ଗତ ୨ତାରିଖରେ ଵିଜୁ ଜନତା ଦଳ ପକ୍ଷରୁ ପେଟ୍ରୋଲ ଦର ବୃଦ୍ଧି ନେଇ ଆନ୍ଦୋଳନ କରାଯାଇଥିଲା। ଏଥିରେ ରାଲି କରାଯିଵା ସହ ପ୍ରତିଵାଦ ସଭା କରାଯାଇଥିଲା। ଏଥିରେ ଵହୁ ସଂଖ୍ୟକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ମହିଳା ଯୋଗଦେଇ ଥିବାରୁ ଏହାକୁ ନେଇ ସଂପୃକ୍ତ ସଂପ୍ରଦାୟର ଜଣେ ଯୁବକ ସାମାଜିକ ଗଣମାଧ୍ୟମରେ କଟୁ ମନ୍ତବ୍ୟ ଦେଇଥିଲେ। ଯାହା ମହିଳାଙ୍କ ଆତ୍ମସମାନକୁ ଆଘାତ କରିଥିଲା। ଏହାକୁ ନେଇ ଉଭୟ ସଂପ୍ରଦାୟର ମହିଳା ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଭଳି ଭାଇଚାର ସ୍ଥାନରେ ଏଭଳି କଥା ଗ୍ରହଣ କରାଯିବ ନାହିଁ ଵୋଲି ମନ୍ତବ୍ୟ ରଖି ଥିଲେ।

