ଓଲଟା ଜାତୀୟ ପତାକା ଉତ୍ତୋଳନ କରିବା ସହ ଓପାଡ଼ି ଫୋପାଡ଼ିଲେ ଆଶା ଦିଦି, ଭାଇରାଲ ହେଲା ଭିଡ଼ିଓ

କେନ୍ଦୁଝର: ସ୍ୱାଧୀନତା ଦିବସରେ ଜାତୀୟ ପତାକାକୁ ଅସମ୍ମାନ । ଜଣେ ଆଶା କର୍ମୀଙ୍କ ଦ୍ଵାରା ଜାତୀୟ ପତାକାକୁ ଅସମ୍ମାନ କରାଯାଇଥିବା ଭିଡ଼ିଓ ଭାଇରାଲ ହୋଇଛି । ତେବେ ଏହାକୁ ନେଇ ସବୁ ମହଲରେ ନିନ୍ଦା କରାଯିବା ସହ ସମୃକ୍ତ ଆଶା ଦିଦିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ କମଳପୁର ଗାଁରେ । 

ସୂଚନା ଅନୁସାରେ, ୭୪ତମ ସ୍ୱାଧୀନତା ଦିବସ ଅବସରରେ କମଳପୁର ଅଙ୍ଗନବାଡ଼ି କେନ୍ଦ୍ରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ତେବେ ଜାତୀୟ ପତାକା ଓଲଟା ଲାଗିଥିବାରୁ କିଛି ଯୁବକ ଏହାର ଭିଡ଼ିଓ କରି ଭାଇରାଲ କରିଥିଲେ । ତେବେ ଏହି ଖବର ଆଶା ଦିଦି ଭାଗ୍ୟଶ୍ରୀ ବାରିକଙ୍କ ନିକଟରେ ପହଂଚି ଥିଲେ । କିନ୍ତୁ ସେ ଜାତୀୟ ପତାକାକୁ ରଖିବା ବଦଳରେ ସେ ଉତ୍ୟକ୍ତ ହୋଇ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଅଙ୍ଗନବାଡି ପରିସରରେ ଲାଗିଥିବା ଜାତୀୟ ପତାକାକୁ ଓପାଡି ଫୋଫାଡ଼ି ଦେଇଥିଲେ । ତେବେ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ନିନ୍ଦା କରାଯାଇଛି ।

Leave a Reply