କେନ୍ଦ୍ର ମାନିଲା, କୋଭିଡ ପରିଚାଳନାରେ ଅନ୍ୟ ରାଜ୍ୟଙ୍କ ପାଇଁ ଓଡ଼ିଶା ରୋଲ ମଡେଲ

ଭୁବନେଶ୍ୱର: କୋଭିଡ ଟେଷ୍ଟିଂରେ ସାରା ଦେଶରେ ଓଡିଶା ଦ୍ଵିତୀୟ । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟ ଏ ନେଇ ସୂଚନା ଦେଇଛି । ପ୍ରତି ୧୦ ଲକ୍ଷ ରେ ଦୈନିକ ୧୨୬୫ ଟେଷ୍ଟ ହେଉଛି । ଜାତୀୟ ସ୍ଥରରେ ଓଡିଶା ଦ୍ଵିତୀୟ ସ୍ଥାନରେ ଥିବା ସହ ଅନ୍ୟ ରାଜ୍ୟ ପାଇଁ ରୋଲ ମଡେଲ ପାଲଟିଛି ଓଡ଼ିଶା । କରୋନା ସମୟରେ ରାଜ୍ୟ ସରକାରଙ୍କର ଅପାର ଉଦ୍ୟମ ପାଇଁ ଏପରି ସଫଳତାର କାରଣ ପାଲଟିଛି । କୋଭିଡ ପରୀକ୍ଷଣରେ ଓଡିଶା ପଛକୁ ବଡ଼ ବଡ଼ ରାଜ୍ୟ ମାନେ ରହିଛନ୍ତି । ଓଡ଼ିଶାରେ ଦୈନିକ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା ହେଉଛି ।

ମଧ୍ୟପ୍ରଦେଶରେ ପ୍ରତି ୧୦ ଲକ୍ଷ ରେ ୨୪୪, ରାଜସ୍ଥାନରେ ୩୦୯, ପଶ୍ଚିମବଙ୍ଗ ରେ ୩୬୫, ବିହାର ରେ ୪୦୮ , କେରଳରେ ୫୩୪, ପଞ୍ଜାବ ରେ ୫୪୬ ଓ ମହାରାଷ୍ଟ୍ର ରେ ପ୍ରତି ୧୦ ଲକ୍ଷରେ ୫୭୯ ଟେଷ୍ଟିଂ ହେଉଥିବା ବେଳେ ଏସବୁ ରୁ ଢେର ଆଗରେ ରହିଛି ଓଡିଶା । ସମସ୍ତ ବିକଶିତ ରାଜ୍ୟ ମଧ୍ୟ ଏହି କ୍ଷେତ୍ରରେ ଓଡ଼ିଶା ପଛକୁ ରହିଛନ୍ତି । କେବଳ ରାଜ୍ୟ ନୁହେଁ, ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟ ଟେଷ୍ଟି କ୍ଷେତ୍ରରେ ଓଡିଶା ପଛକୁ ରହିଛନ୍ତି ।

ଏପରିକି ଭାରତର ଟେଷ୍ଟିଂ ହାର ୧୦ ଲକ୍ଷ ରେ ୫୮୦ ଥିବା ବେଳେ ଏହାଠାରୁ ଆହୁରି ୬୮୫ ଟେଷ୍ଟ ଓଡ଼ିଶାରେ ଅଧିକ ହେଉଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ମୃତ୍ୟୁ ହାର ମଧ୍ୟ କମ ରହିଛି ।  ବିଶ୍ୱ ସ୍ତରରେ କୋଭିଡ ପରିଚାଳନାରେ  ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।

Leave a Reply