ଟାଇଗର ଶ୍ରଫଙ୍କ ପୂର୍ବରୁ ଏହି ଟିଭି ଅଭିନେତାଙ୍କ ସହ ରିଲେସନଶିପରେ ଥିଲେ ଦିଶା ପଟାନୀ

ମୁମ୍ବାଇ: ଅଭିନେତ୍ରୀ ଦିଶା ପାଟାନୀ ବଲିଉଡରେ ନିଜ ବୋଲ୍ଡନେସ ଓ କ୍ୟୁଟନେସ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଫିଲ୍ମ ଜଗତରେ ଦିଶା ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ଆଜି ଦିଶାଙ୍କର ଜନ୍ମଦିନ । ୧୯୯୨ ମସିହା ଜୁନ୍ ମାସ ୧୩ ତାରିଖ ପୁପିରେ ତାଙ୍କ ଜନ୍ମ ହୋଇଥିଲା । ଆଜି ସେ ତାଙ୍କର ୨୮ ତମ ଜନ୍ମଦିନ ପାଳନ କରୁଛନ୍ତି । ବର୍ତ୍ତମାନ ବଲିଉଡର ସେ ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ । ଲକଡାଉନ୍ ପୂର୍ବରୁ ତାଙ୍କର ଶେଷ ଚଳଚ୍ଚିତ୍ର ‘ମଲଙ୍ଗ’ ହିଟ୍ ହୋଇଥିଲା । ଦିଶା ପଟ୍ଟନୀ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାଆନ୍ତି।

ବଲିଉଡରେ ଖୁବକମ ସମୟରେ କୋଟି କୋଟି ଦର୍ଶକଙ୍କ ଦିଲରେ ରାଜ କରିବାରେ ସଫଳ ହୋଇପାରିଛନ୍ତି ଦିଶା । ଅଭିନୟ ପାଇଁ କମ ଓ ନିଜ କ୍ୟୁଟ ସ୍ମାଇଲ ପାଇଁ ସେ ଅଧିକ ଫେମସ । ତାଙ୍କୁ ବୋଲ୍ଡନେସ, ହଟନେସ ଓ କ୍ୟୁଟନେସର ମିକ୍ସଚର କୁହାଯାଏ। ଟାଇଗର ଶ୍ରଫଙ୍କ ପ୍ରେମିକା ଭାବେ ମଧ୍ୟ ସେ ଜଣା ଶୁଣା। କିନ୍ତୁ ଟାଇଗରଙ୍କ ପୂର୍ବରୁ ଦିଶା ଆଉ ଏକ ରିଲୋସନଶିପ୍ ରେ ଥିଲେ । ପଟାନୀଙ୍କର ପ୍ରଥମ ପ୍ରେମ ଜଣେ ଜଣାଶୁଣା ଟିଭି ଅଭିନେତା । ଗୋଟେ ବର୍ଷ ରିଲୋସନଶିପରେ ରହିବା ପରେ ଉଭୟ ବ୍ରେକ ଅପ୍ କରିଥିଲେ ।

ତେବେ ପପୁଲାର ଟିଭି କଳାକାର ପାର୍ଥ ସମଥାନଙ୍କ ସହ ରିଲେସନଶିପରେ ଥିଲେ ଦିଶା । ଏକତା କପୁରଙ୍କ ଶୋ’ “କଶୌଟି ଜିନ୍ଦଗୀ କି”ରେ ଅଭିନୟ କରି ପାର୍ଥ ଅନେକ ପ୍ରତିଷ୍ଠା ଲାଭ କରିଥିଲେ । ଉଭୟଙ୍କ ବ୍ରେକ ଅପ୍ ପରେ ଦିଶା ନିଜର ସମସ୍ତ ଧ୍ୟାନ ବଲିଉଡରେ ନିଜ କ୍ୟାରିଅର ତିଆରି କରିବାରେ ଲଗାଇଥିଲେ । ଦିଶା ଓ ପାର୍ଥଙ୍କର କିଛି ପୁରୁଣା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ପାର୍ଥ ଓ ଦିଶାଙ୍କ ବ୍ରେକଅପ୍ ପରେ ସେ ଟାଇଗର ଶ୍ରଫଙ୍କ ସହ ଦେଖା ହୋଇଥିଲେ । ଶୁଟିଂ ସେଟ୍ ରୁ ଦୁହେଁ କ୍ଲୋଜ୍ ହୋଇଥିଲେ । ଫିଲ୍ମ ସହ ରିଅଲ ଲସାଇଫରେ ଦିଶା ଓ ଟାଇଗରଙ୍କ କେମିଷ୍ଟ୍ରି ଚର୍ଚ୍ଚାରେ ରହେ । ହେଲେ ଟାଇଗର ଓ ଦିଶା ଉଭୟଙ୍କ ରିଲେସନଶିପ ନେଇ ଏଯାଏଁ କୌଣସି ଘୋଷଣା କରିନାହାନ୍ତି । ଟାଇଗର ଓ ଦିଶାଙ୍କୁ ସୁଟିଂ ସେଟ୍ ବ୍ୟତୀତ ଅନେକ ସ୍ଥାନରେ ଏକା ସହ ସ୍ପଟ୍ କରାଯାଇଛି । ଏମିତିକି ଦୁହେଁ ସବୁ ଇଭେଣ୍ଟ ଓ ପାର୍ଟିକୁ ମଧ୍ୟ ଏକା ସହ ଯାଆନ୍ତି । ଉଭୟଙ୍କ ଯୋଡିକୁ ବିଟାଉନ୍ ସହ ଦର୍ଶକମାନେ ବହୁତ ପସନ୍ଦ କରନ୍ତି ।

Leave a Reply