ଲଜରୁ ଲକ୍ଷାଧିକ ଟଙ୍କା ଜବତ ଓ ହେରଫେର: SDPOଙ୍କୁ ବଦଳି
1 min read
ବଲାଙ୍ଗୀର: କଣ୍ଟାବାଞ୍ଜି ଲଜରୁ ଲକ୍ଷାଧିକ ଟଙ୍କା ଜବତ ଓ ହେରଫେର ଘଟଣା । ତଦନ୍ତ ପରେ କଣ୍ଟାବାଞ୍ଜି SDPO ହୃଷୀକେଶ ମେହେରଙ୍କ ଉପରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ । କଣ୍ଟାବାଞ୍ଜି SDPOରୁ ହଟିଲେ ହୃଷୀକେଶ । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ ।
ସେପଟେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଆହୁରୀ ବାକି ରହିଛି । ଘଟଣାରେ ଯାହାର ବି ସମ୍ପୃକ୍ତି ବାହାରିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀଙ୍କ ତରଫରୁ ସୂଚନା ମିଳିଛି ।