ମହଙ୍ଗା ପଡିଲା କୋଭିଡ୍ ହସପିଟାଲରେ ଡିସ୍କୋ ଡାନ୍‌ସ… ନିଲମ୍ବିତ ହେଲେ ନାଲ୍‌କୋ କର୍ମଚାରୀ

disco dance in covid hospital, employee suspended

କୋରାପୁଟ: କୋଭିଡ୍ ସଙ୍କଟ ସମୟରେ ଗତ କାଲି ଏକ ଡିସ୍କୋ ଡ୍ୟାନ୍ସ ଭାଇରାଲ ହୋଇଥିଲା ।  ଏହି ଡିସ୍କୋ ଡ୍ୟାନ୍ସ ହସପିଟାଲରେ ହୋଇଥିଲା । ନାଚ, ଗୀତର ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା ।  ରିପୋର୍ଟ ଅନୁସାରେ ଏହି ଦୃଶ୍ୟଟି ଜୟପୁର କୋଭିଡ୍ ହସ୍‌ପିଟାଲର ବୋଲି ଜଣାପଡିଥିଲା । ନାଚ ଗୀତରେ ମସଗୁଲ ଥିଲେ ରୋଗୀ । ବଲିଉଡ ଗୀତର ତାଳେ ତାଳେ ଝୁମୁଥିବା ଦେଖିବାକୁ ମିଳିଥିଲା । କରୋନା ସଂକ୍ରମିତଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା କରାଯାଉଛି । ହେଲେ ସେମାନେ କୌଣସି କଟକଣା ମାନୁନାହାନ୍ତି । ସତର୍କ ବା ସଚେତନ ନରହି ନାଚ ଗୀତର ଆସର ଜମାଉଛନ୍ତି ।

ତେବେ ଏଥିପାଇଁ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ନିୟମ ପାଳନ ହୋଇନଥିବାରୁ ନିଲମ୍ବିତ ହେଲେ ନାଲ୍‌କୋ କର୍ମଚାରୀ । କୋରାପୁଟ ଜିଲ୍ଲା ଜୟପୁର କୋଭିଡ୍ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଡାନ୍‌ସ ଭିଡିଓ ଭାଇରାଲ ହେବା ପରେ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଭଳି ଘଟଣା ପାଇଁ ଦାୟିତ୍ୱରେ ଥିବା ଜଣେ ନାଲ୍‌କୋ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ନାଲକୋ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

 

(ନନ୍ଦିଘୋଷ ବ୍ୟୁରୋ)

Leave a Reply