ଶୀତ ଦିନେ ଗରମ ପାଣିରେ ଗାଧୋଉଛନ୍ତି କି ? ସାବଧାନ ହୋଇପାରେ ଏହିସବୁ ସମସ୍ୟା

ଭୁବନେଶ୍ଵରପ୍ରତିଦିନ ଗାଧୋଇବା ଏକ ଭଲ ଅଭ୍ୟାସ। ପ୍ରତିଦିନ ଗାଧୋଇବା ଦ୍ଵାରା ଆପଣଙ୍କ ଚର୍ମରୁ ତୈଳାକ୍ତ ଅଂଶ ଏବଂ ବ୍ୟାକ୍ଟେରିଆ ସଫା ହୋଇଥାଏ। ହେଲେ କଣ ଆପଣ ଜାଣିଛନ୍ତି କି ? ଆବଶ୍ୟକତା ଠାରୁ ଅଧିକ ଗାଧୋଇବା ଦ୍ଵାରା ଆପଣଙ୍କ ଚର୍ମ ଶୁଷ୍କ ହୋଇଯାଏ ଏବଂ କୁଣ୍ଡେଇ ହୁଏ। ସେହିପରି ଶୀତ ଦିନେ ପ୍ରାୟ ସମସ୍ତେ ଗରମ ପାଣିରେ ଗାଧୋଇବା ପସନ୍ଦ କରନ୍ତି। ତେବେ ଆପଣ ଜାଣିଛନ୍ତି କି, ଯଦି ଆପଣ ଗରମ ପାଣିରେ ଗାଧୋଉଛନ୍ତି ତେବେ ଏହା ଆପଣଙ୍କ ଚର୍ମ ଉପରେ କଣ ପ୍ରଭାବ ପକାଇଥାଏ।

ଗରମ ପାଣି ଆପଣଙ୍କ ଶରୀରକୁ ଉଷ୍ମ କରିବା ସହ ଏହା ଶରୀରକୁ ରିଲାକ୍ସ କରେ। ହେଲେ ଏହି ଗରମ ପାଣି ଆପଣଙ୍କ ଚର୍ମରୁ ସମ୍ପୂର୍ଣ୍ଣ ରୂପରେ ତୈଳ ଅଂଶ ଦୂର କରିଦିଏ। ଯାହା ଫଳରେ ଚର୍ମ ସମ୍ପୂର୍ଣ୍ଣ ରୂପରେ ଶୁଷ୍କ ହୋଇଯାଏ। ଏହା ଦ୍ଵାରା କୁଣ୍ଡେଇ ହୁଏ। ତେଣୁ ଆପଣ ଗରମ ପାଣିରେ ଅଧିକ ସମୟ ଯାଏଁ ଗାଧାନ୍ତୁ ନାହିଁ। ୫ ରୁ ୧୦ ମିନିଟ୍ ଯାଏଁ ଗରମ ପାଣିରେ ଗାଧୋଇ ପାରିବେ। ହେଲେ ଏହା ଠାରୁ ଅଧିକ ସମୟ ଯାଏଁ ଗରମ ପାଣିରେ ଗାଧୋଇବା ଦ୍ଵାରା ଆପଣଙ୍କ ଚର୍ମ ପାଇଁ ଏହା କ୍ଷତିକାରକ ହୋଇପାରେ।

ଗରମ ପାଣି ଦ୍ଵାରା ହେଉଥିବା କ୍ଷତି

ସ୍କିନ୍ ଡ୍ୟାମେଜ୍ ଗରମ ପାଣି ଚର୍ମରେ ଥିବା ଚିକ୍କଣ ଅଂଶକୁ ସମ୍ପୂର୍ଣ୍ଣ ରୂପେ ସଫା କରିଦଏ। ଏହାଦ୍ଵାରା ଚର୍ମ ଶୁଷ୍କ ହୋଇଯାଏ।

କୁଣ୍ଡେଇ ହୁଏ– ସ୍କିନ୍ ଶୁଷ୍କ ହେବାପରେ ଏଥିରେ କ୍ରାକ୍ ସୃଷ୍ଟି ହୁଏ। ଏହା ଦେଖା ନଗଲେ ମଧ୍ୟ ଆପଣଙ୍କୁ କୁଣ୍ଡେଇ ହୁଏ।

ଚର୍ମ କୁଞ୍ଚନ ଗରମ ପାଣିରେ ଆପଣ ନ ମୁଁହ ଧୋଇଲେ ମଧ୍ୟ ଗାଧୋଇବା ସମୟରେ ଏଥିରୁ ବାହାରୁଥିବା ବାଷ୍ପ ଆପଣଙ୍କ ମୁଁହରେ ବାଜିବ। ଏହାଦ୍ଵାରା ଚର୍ମ କୁଞ୍ଚିତ ହୋଇଥାଏ।

Leave a Reply