spot_img

Latest Posts

ଭିନ୍ନକ୍ଷମ ସେକ୍ସ ରାକେଟ ମାମଲା, ସହଯୋଗ କରୁଥିଲେ ମହିଳା ଟେଲରିଂ ପ୍ରଶିକ୍ଷକ

ଭୁବନେଶ୍ୱର: ଭିନ୍ନକ୍ଷମ ତାଲିମ କେନ୍ଦ୍ର ସେକ୍ସ ରାକେଟ ମାମଲା। ସଂପାଦକଙ୍କୁ ସହଯୋଗ କରୁଥିଲେ ଅନୁଷ୍ଠାନର ଜଣେ ମହିଳା ଟେଲରିଂ ପ୍ରଶିକ୍ଷକ। ସେକ୍ସ ରାକେଟ ଖବର ପ୍ରସାରଣ ପରେ ଫେରାର ହୋଇଯାଇଥିଲେ ସେହି ମହିଳା ପ୍ରଶିକ୍ଷକ। ସଂପାଦକଙ୍କ ସବୁ କାରନାମା ମହିଳା ପ୍ରଶିକ୍ଷକ ଜାଣିଥିବା ଅଭିଯୋଗ ହୋଇଛି। ରାଜଧାନୀରେ ଥିବା ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ କାର୍ଯ୍ୟାଳୟର ତଳ ମହଲାରେ କାର୍ଯ୍ୟାଳୟ ଓ ଉପରେ ଚାଲିଥିଲା ଦେହ ବେପାର। ଏପରି ଏକ ଭିଡିଓ ଗଣମାଧ୍ୟମକୁ ଆସିବା ପରେ ବହୁ ଘଟଣା ଏବେ ସାମ୍ନାକୁ ଆସିବାରେ ଲାଗିଛି।

ସରକାରୀ ବାବୁଙ୍କୁ ଝିଅ ଭେଟି ଦେଉଥିଲେ ସଂସ୍ଥାର ସଂପାଦକ। ଭିନ୍ନକ୍ଷମ ଯୁବତୀଙ୍କୁ ସେକ୍ସ କାରବାରରେ ନିୟୋଜିତ କରୁଥିବା ଅଭିଯୋଗ ଆସିଥିଲା। ଯିଏ ନ ମାନିଲା ତାଙ୍କୁ ରାତି ଅଧରେ ବିଦା କରୁଥିଲେ ସଂପାଦକ ମହାଶୟ। ସଂପାଦକ ବାବୁ ନିଜେ ଭିନ୍ନକ୍ଷମ ହୋଇଥିଲେ ବି ଭିନ୍ନକ୍ଷମ ଯୁବତୀଙ୍କ ପ୍ରତି ତାଙ୍କର ଅମାନବିକ ଆଚରଣ ଏବେ ପଦାକୁ ଆସିଛି।

ଭାଇରାଲ ହୋଇଥିବା ଏକ ଅଡିଓରେ ଏକଥା ସ୍ପଷ୍ଟ ହୋଇଛି ଯେ, ଏହି ଅନୁଷ୍ଠାନ ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ ନୁହଁ ବରଂ ନିଜ ସ୍ୱାର୍ଥ ପାଇଁ ଚଲାଇଥିଲେ ସଂପାଦକ ବାବୁ। ସେପଟେ ସଂପାଦକଙ୍କ ପାଖରେ ଏବେବି ପୋଲିସ ପହଞ୍ଚି ପାରିନଥିବାବେଳେ ପୋଲିସର ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ନେଇ ଅସନ୍ତୋଷ ଜାହିର କରିସାରିଛନ୍ତି ସାମାଜିକ କର୍ମୀ। ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Latest Posts

Don't Miss