ମହାକୁମ୍ଭର ଭାଇରାଲ ଗାର୍ଲ ମୋନାଲିସାକୁ ଫିଲ୍ମ ଅଫର ଦେଇଥିବା ନିର୍ଦ୍ଦେଶକ ଗିରଫ

ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭର ଭାଇରାଲ ଗାର୍ଲ ମୋନାଲିସାକୁ ଫିଲ୍ମ ଅଫର ଦେଇଥିବା ନିର୍ଦ୍ଦେଶକ ସନୋଜ ମିଶ୍ରା ଗିରଫ। ଦୁଷ୍କର୍ମ ଅଭିଯୋଗରେ ଗିରଫ କରଛି ଦିଲ୍ଲୀ ପୋଲିସ। ଝାନସୀର ଜଣେ ଯୁବତୀ ନିର୍ଦ୍ଦେଶକ ସନୋଜ ମିଶ୍ରାଙ୍କ ନାଁରେ ତିନି ତିନିଥର ଜୋରଜବରଦସ୍ତ ମହିଳାଙ୍କ ଗର୍ଭପାତ କରାଇଥିବା ଅଭିଯୋଗ ହୋଇଛି। ଗତ ଫେବୃଆରୀ ମାସରେ ସନୋଜ ମିଶ୍ରା ତାଙ୍କୁ ଛାଡି ଦେଇଥିବା ପୀଡ଼ିତା କହିଛନ୍ତି।

ପୋଲିସରେ ଅଭିଯୋଗ କଲେ ପୀଡ଼ିତାଙ୍କ ଅଶ୍ଲୀଳ ଫଠୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ହାଇକୋର୍ଟରେ ସନୋଜ ମିଶ୍ରାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଦିଲ୍ଲୀର ନବୀ କରୀମ ଥାନା ପୋଲିସ ଗିରଫ କରିଛି। ଝାନସିର ଜଣେ ଯୁବତୀଙ୍କୁ ଫିଲ୍ମରେ କାମ ଦେବାର ଅଫର ଦେଇ ଯୁବତୀଙ୍କୁ ଶାରିରୀକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ସନୋଜ ଯୁବତୀଙ୍କୁ ଧମକଚମକ ଦେଇ ଚୁପ କରି ରଖିଥିବା ଅଭିଯୋଗ ହୋଇଥିଲା। ଗତ ୨୦୨୦ରେ ସୋସିଆଲ ମିଡିଆର ଜରିଆରେ ଯୁବତୀଙ୍କ ସହ ସନୋଜ ମିଶ୍ରାଙ୍କ ସମ୍ପର୍କ ଗଢି ଉଠିଥିଲା। ସନୋଜ ଯୁବତୀଙ୍କୁ ଭେଟିବାକୁ ଝାନସୀ ଆସିଥିଲେ ମଧ୍ୟ ତାଙ୍କୁ ଭେଟିନଥିଲେ ସମ୍ପୃକ୍ତ ଯୁବତୀ ।

ଏହାପରେ ସନୋଜ ଆତ୍ମହତ୍ଯା କରିବାର ଧମକ ଦେଇ ଯୁବତୀଙ୍କୁ ଡାକିଥିଲେ। ଏହାପରେ ପୀଡ଼଼ିତାଙ୍କୁ ପାନୀୟରେ ନିଶାଯୁକ୍ତ ପଦାର୍ଥ ମିଶାଇ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଏହି ଫଟୋ ଓ ଭିଡିଓକୁ ଭାଇରାଲ କରିବାକୁ ଧମକ ଦେଇ ବାରମ୍ବାର ଯୁବତୀଙ୍କ ଶୋଷଣ କରିଥିବା ଅଭିଯୋଗ ହୋଇଛି। ଏହାପରେ ଯୁବତୀ ଜଣକ ମୁମ୍ବାଇରେ ରହିବାକୁ ଚାଲିଯାଇଥିଲେ। ମୁମ୍ବାଇରେ ରହଣୀ ସମୟରେ ଯୁବତୀଙ୍କ ୩ ଥର ସନୋଜ ଗର୍ଭପାତ କରାଯାଇଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ମହିଳା ।