spot_img

Latest Posts

ବ୍ୟାପକ କରାଯିବ ଡୋର ଟୁ ଡୋର ସର୍ଭେ: ନିରଞ୍ଜନ ମିଶ୍ର

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଉପକୂଳକୁ ଫୋକସ କରାଯାଇଛି। ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ଅଧିକ ଟେଷ୍ଟ କରାଯିବା ସହ ଡୋର ଟୁ ଡୋର ସର୍ଭେ ବ୍ୟାପକ କରାଯିବ ବୋଲି ପ୍ରକାଶ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ କହିବାନୁଯାୟୀ, ସଂକ୍ରମଣ ପର୍ଯ୍ୟାୟ କ୍ରମେ ପଶ୍ଚିମ ଓଡ଼ିଶାରେ ଆରମ୍ଭ ହୋଇ ଉପକୂଳକୁ ଆସିଥିଲା। ଏବେ ଧୀରେ ଧୀରେ ହ୍ରାସ ପାଇବ । ଏହା ଏକ ସ୍ୱାଭାବିକ ପ୍ରକ୍ରିୟା। ଆଜି ୧୮ ଜିଲ୍ଲାରେ ଦୁଇ ଅଙ୍କକୁ ଖସିଛି ଦୈନିକ ସଂକ୍ରମଣ ସଂଖ୍ୟା। ବାକି ଯେଉଁ ଜିଲ୍ଲାରେ ଅଧିକ ରହିଛି ତାହା ଆଗକୁ ମଧ୍ୟ କମିବ। ହାରାହାରି ୬ ପ୍ରତିଶତ ରହୁଛି ସଂକ୍ରମଣ ହାର। ଯେଉଁ ଜିଲ୍ଲାରେ ଅଧିକ ରହୁଛି, ଆଶା କରାଯାଉଛି ଏହି ମାସ ଶେଷ ସୁଦ୍ଧା ବହୁତ କମିଯିବ ।

ଆଇସିୟୁ ପରିଚାଳନା ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଆଇସିୟୁ ମ୍ୟାନେଜମେଣ୍ଟ ସଠିକ ଭାବେ କରାଯାଉଛି । ପରିଚାଳନା ସଠିକ ନଥିଲେ ବହୁତ ମୃତ୍ୟୁ ହୋଇଥାନ୍ତା । ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି । ବର୍ତ୍ତମାନ ୪୫ ହଜାର ୮୦୯ ଆକ୍ଟିଭ କେସ୍ ଥିବା ବେଳେ ୮ ହଜାର ହସ୍ପିଟାଲରେ ଅଛନ୍ତି ।

ଅପରପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୩୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ କ୍ୱାରେଣ୍ଟାଇନରୁ ୨ ହଜାର ୦୬୯ଟି ମାମଲା ଏବଂ ସ୍ଥାନୀୟ ସଂକ୍ରମଣ ମାମଲା ୧ ହଜାର ୫୬୨ ରହିଛି। ଏଥିସହ କରୋନା ସଂକ୍ରମଣରୁ ୫୫୭୯ ଜଣ ସୁସ୍ଥ ହୋଇଛନ୍ତି ।

Latest Posts

Don't Miss